ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ମିଳିବା ପରେ ବି ଥମୁନି ବିବାଦ

Published By : Prameya-News7 Bureau | June 16, 2018 IST

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ମିଳିବା ପରେ ବି ଥମୁନି ବିବାଦ । କୋଉଠି ରହେ ଏବଂ କେମିତି ଏହା ଜିଲ୍ଲାପାଳଙ୍କ ରେକର୍ଡରୁମରୁ ମିଳିଲା ଏନେଇ ନ୍ୟୁଜ ସେଭେନ ଆରମ୍ଭ କରିଥିଲା ଇନଭେଷ୍ଟିଗେସନ । ପୁରୀ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ରର ଅନୁଧ୍ୟାନ କରିଥିଲୁ ଆମେ । ଯେଉଁଥିରେ ଆମ ହାତରେ ଲାଗିଥିଲା ଏସବୁ ତଥ୍ୟ । ଏଥିରେ ଉଲ୍ଲେଖ ରହିଛି ୧୯୨୬ ମସିହାରେ ପୁରୀ ରାଜା ଦେଇଥିବା ସଂପତ୍ତି ତାଲିକା ରେକର୍ଡ ରୁମ୍ ରେ ରଖାଯାଇଛି । ଏସବୁ ମନ୍ଦିର ପ୍ରଶାସକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା ଟ୍ରେଜେରୀରେ ରଖାଯିବା ଲାଗି ଉଲ୍ଲେଖ ରହିଛି। ତେବେ ଯେତେବେଳେ ଭଣ୍ଡାରଘରର ଚାବି ମିଳୁନାହିଁ ବୋଲି ପ୍ରଚାର ହୋଇଥିଲା ସମସ୍ତଙ୍କ ଅଙ୍ଗୁଳି ଉଠିଥିଲା ଜିଲ୍ଲାପାଳଙ୍କ ଆଡ଼କୁ। ଯେତେବେଳେ କି ଭଣ୍ଡାର ଘରର ଚାବିର ତତ୍ତ୍ବାବଧାରକ ହେଉଛନ୍ତି ମନ୍ଦିର ପ୍ରଶାସକ। ଏପରିକି ମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ଚାବି ଦାବି କରିଥିଲା । ଜିଲ୍ଲା ଟ୍ରେଜେରିରି ଖୋଜି ଚାବି ମିଳୁନାହିଁ ବୋଲି ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଚାବି ଖୋଜିବା ଲାଗି ଗତମାସ ୨୪ ତାରିଖରେ ଆଉ ଥରେ ଚିଠି କରିବା ପରେ ଜିଲ୍ଲାପାଳ ୨ଟି ଟିମ୍ ଗଠନ କରି ଚାବି ଖୋଜିବା ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଥିଲେ । ଆରମ୍ଭ କରିଥିଲେ । ରେକର୍ଡ ରୁମ୍ ରୁ ଚାବି ପାଇଥିଲେ ଜିଲ୍ଲାପାଳଙ୍କ ଦ୍ବାରା ଗଠିତ ଟିମ୍ । ଏସବୁ ଭିତରେ ଜିଲ୍ଲାପାଳ ଚାବି ହଜିବାର କେନ୍ଦ୍ର ସ୍ଥଳକୁ ଚାଲି ଆସିଥଲେ । ଏବେ ଚାବି ମିଳିଲା , ତେଣୁ ଭିତର ଭଣ୍ଡାର ଖୋଲାଯାଇ ଭିତରେ ଥିବା ମୂଲ୍ୟବାନ ସଂପତ୍ତିର ଆକଳନ କରାଯାଉ । ଏବି ତାହାର ମଣତି କରାଯାଉ । ଏହି ଦାବି ଜୋର ଧରିଛି । ଏହା ହେଲେ ହିଁ ସବୁ ବିବାଦ ଓ ସନ୍ଦେହରେ ପୂର୍ଣ୍ଣଚ୍ଛେଦ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.