'ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ’ ଓ ‘ନ୍ୟୁଜ 7’ ପ୍ରସ୍ତୁତ କରିଛି ୨ଟି ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ

Published By : Prameya-News7 Bureau | July 12, 2021 IST

ଭୁବନେଶ୍ୱର ୧୨।୦୭ : ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ‘ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ’ ଓ ‘ନ୍ୟୁଜ7’ ପ୍ରସ୍ତୁତ କରିଛି ୨ଟି ଭାବ ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ । ଏଥିରେ ଥିବା ‘ଦାଣ୍ଡ ଦୁଲୁକେଇ’ ଗୀତଟି ସାସମଲ ମାନସ ଲେଖିଥିବା ବେଳେ ଏହାକୁ ଗାଇଛନ୍ତି ଓଡ଼ିଶାର ଆଗଧାଡ଼ିର କଣ୍ଠଶିଳ୍ପୀ ଶ୍ରୀଚରଣ ।

wp:html /wp:html wp:html /

ସେହିପରି ଅନ୍ୟ ଏକ ଗୀତ ‘ବଡ଼ଦଣ୍ଡେ ତାଳଧ୍ୱଜ’ର ଗୀତିକାର ହେଲେ ମନ୍ମଥ ମିଶ୍ର  । ଏଥିରେ କଣ୍ଠଦାନ କରିଛନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ ସୌରଭ ନାୟକ । ସ୍ୱନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।  ସୁନୀଲ ଦାସଙ୍କ ପ୍ରଯୋଜନାରେ ଏହା ପ୍ରସ୍ତୁତ ହୋଇଛି । ଏହି ଗୀତକୁ ରଥଯାତ୍ରା ଦିନ ନ୍ୟୁଜ7ରେ ଦର୍ଶକମାନେ ଦେଖିବାକୁ ପାଇବେ । ଏହା ମଧ୍ୟ ନ୍ୟୁଜ7 ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିବ । ଯୁବ ପୀଢିକୁ ଭକ୍ତି ଗୀତ ପ୍ରତି ଆକର୍ଷିତ କରିବା ସହ , ଏହା ସବୁ ବର୍ଗର ଶ୍ରୋତା ଓ ଦର୍ଶକଙ୍କ ମନ ଛୁଇଁବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.