Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଜର୍ମାନୀରେ ସ୍ବର୍ଣ୍ଣ ଜିତିଲେ ଓଡିଆ ସୁଟିଂ ଗାର୍ଲ ଶ୍ରୀୟଙ୍କା ଷଡଙ୍ଗୀ

30/01/2019 at 4:46 PM

ଭୁବନେଶ୍ବର ୩୦|୧: ଜର୍ମାନୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି ଓଡିଶା ସମ୍ବଲପୁରର ସୁଟିଂ ଗାର୍ଲ ଶ୍ରୀୟଙ୍କା ଷଡଙ୍ଗୀ । ଚଳିତ ମାସ ୨୩ରୁ ୨୭ ପର୍ଯ୍ୟନ୍ତ ଜର୍ମାନୀର ମ୍ୟୁନିକ ସହରରେ ଏଚ ଏଣ୍ଡ ଏନ କପ୍ ପ୍ରତିଯୋଗିତାରେ ଜିତିଛନ୍ତି ଶ୍ରୀୟଙ୍କା । ରୁଷର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତ । ଦଳଗତ ମିଶ୍ରିତ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି। ଶ୍ରୀୟଙ୍କା ଓ ଲକ୍ଷ୍ୟ ‌ସେରନଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ ରୁଷିଆ ଦଳକୁ ୨ (୫୦୨.୯-୫୦୦.୯) ପଏଣ୍ଟ୍‌ ବ୍ୟବଧାନରେ ହରାଇ ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଛନ୍ତି ।

୨୦୦୯ ମସିହାରୁ ଭାରତୀୟ ଦଳର ପ୍ରତିନିଧିତ୍ବ କରି ଆସୁଥିବା ଶ୍ରୀୟଙ୍କା କନିଷ୍ଠ ଓ ବରିଷ୍ଠ ବର୍ଗରେ ଏକାଧିକ ସଫଳତା ପାଇ ସାରିଛନ୍ତି ଶ୍ରୀୟଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି ସ୍ବର୍ଣ୍ଣ ସହିତ ୧୨ଟି ପଦକ ସେ ଜିତି ସାରିଛନ୍ତି। ଅନ୍ତର୍ଜାତୀୟ ସୁଟିଂରେ ଦେଶର ପ୍ରତିନିଧିତ୍ବ କରିବାରେ ସେ ଏକମାତ୍ର ଓଡିଆ। ବିଭିନ୍ନ ମହଲରୁ ଶ୍ରୀୟଙ୍କାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

   Related Posts