Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

‘ଛୋଟ ପରଦା ଛାଡି କାହିଁକି ଆସିଲି ବଡ ପରଦା’, ଭୁଲ୍ କରି ପଶ୍ଚାତାପ କରୁଛନ୍ତି ସୃଷ୍ଟି

27/07/2021 at 10:31 AM

ନୂଆଦିଲ୍ଲୀ ୨୭/୦୭ : ବିଗ୍ ବସ୍ ଫେମ୍ ଅଭିନେତ୍ରୀ ସୃଷ୍ଟି ରୋଡେ ବଲିଉଡରେ ଡେବ୍ୟୁ କରିବା ପାଇଁ ଟିଭି ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ। ସେ ‘ଗବଋ ଗ୍ୟାଙ୍ଗ’ ନାମକ ଏକ ଫିଲ୍ମରେ ସାଇନ୍ କରିଥିଲେ, ଯାହାର ସୁଟିଂ ମଧ୍ୟ ଶେଷ ହୋଇଥିଲା। କିନ୍ତୁ ଏବେ ଫିଲ୍ମ ରିଲିଜରେ ବିଳମ୍ବ ହେଉଛି। ବର୍ତ୍ତମାନ ଟିଭିରୁ ତିନି ବର୍ଷ ଧରି ଦୂରେଇ ରହିଥିବା ସୃଷ୍ଟି କାମ ପାଇଁ ବ୍ୟାକୁଳ ହେଉଛନ୍ତି । ଏ ବିଷୟରେ କହି ଅଭିନେତ୍ରୀ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଟିଭି ଇଣ୍ଡଷ୍ଟ୍ରିକୁ ଛାଡି ଏବେ ପଶ୍ଚାତାପ କରୁଛନ୍ତି ।

PunjabKesari

ଅଭିନେତ୍ରୀ କହିଛନ୍ତି, ‘ମୁଁ ଗବଋ ଗ୍ୟାଙ୍ଗ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିଲି। କିନ୍ତୁ ଏହି ଫିଲ୍ମ ରିଲିଜ ହେବାର କୌଣସି ସୁଯୋଗ ନାହିଁ । ଟିଭି ଇଣ୍ଡଷ୍ଟ୍ରି ଛାଡିଥିବାରୁ ମୁଁ ଦୁଃଖିତ । ଏହି ଫିଲ୍ମର ସୁଟିଂ ପାଇଁ ମୁଁ ଏକ ବର୍ଷ ନଷ୍ଟ କରି ଦେଇଥିଲି । ଏହି ଫିଲ୍ମ କେବେ ରିଲିଜ୍ ହେବ ମୁଁ ଜାଣେ ନାହିଁ । ମୁଁ କାମ କରିବାକୁ ଚାହୁଁଛି କିନ୍ତୁ କରୋନା ଭାଇରସ୍ ମୋତେ ଅଟକାଇ ରଖିଛି । ମୋର ଅନେକ ପ୍ରୋଜେକ୍ଟ ବାତିଲ ହୋଇଯାଇଛି ।’

PunjabKesari

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ସବୁବେଳେ ମୂର୍ଖ କାର୍ଯ୍ୟ କରେ। ମୁଁ ଏଭଳି ଟିଭିରୁ ଅଧିକ ସମୟ ବିରତି ନେବା ଉଚିତ୍ ନୁହେଁ । ମୋତେ ଯାହା ଠିକ୍ ଲାଗିଥିଲା ତାହା କରିଥିଲି । ବର୍ତ୍ତମାନ ମୁଁ ଟିଭିରେ କାମ କରିବାକୁ ଚାହୁଁଛି । କାମ ପାଇବା ସଂପର୍କରେ ମୁଁ କିଛି ଲୋକଙ୍କୁ ମଧ୍ୟ ଭେଟିଛି ।’

PunjabKesari

ସୃଷ୍ଟି ଗତ ମାସରେ ଡାକ୍ତରଖାନାରୁ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସୃଷ୍ଟି ତାଙ୍କ ଫ୍ୟାନ୍ସଙ୍କୁ କହିଥିଲେ ଯେ ସେ ସର୍ଜରୀ କରାଇଛନ୍ତି ଏବଂ ଡାକ୍ତରଖାନାରେ ଅଛନ୍ତି। ସଲମାନ ଖାନଙ୍କ ସୋ ବିଗ୍ ବସ୍ ସିଜନ୍ ୧୨ ରେ ସୃଷ୍ଟି ରୋଡେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ ।

   Related Posts