Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ପଞ୍ଚତାରକା ଡାକ ଗ୍ରାମ ମାନ୍ୟତା

2/04/2021 at 10:43 PM

ଖଲ୍ଲିକୋଟ, ୦୨/୦୪: ବ୍ରହ୍ମପୁର ଡାକ ମଣ୍ଡଳ ଅଧୀନ ଛତ୍ରପୁର ଉପ ଡାକମଣ୍ଡଳ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ଡାକ ଵିଭାଗ ପକ୍ଷରୁ ପଞ୍ଚତାରକା ଡାକ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଗ୍ରାମରେ ଏକ ସାଧାରଣ ସଭା ଛତ୍ରପୁର ସହକାରୀ ଡାକ ଅଧୀକ୍ଷିକା କିରଣବାଳା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀରୁ ଭାରତୀୟ ଡାକ ଵିଭାଗ ସଚିବ ପ୍ରଦୀପ୍ତ କୁମାର ବିଷୋୟୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ କର୍ଣ୍ଣେଲ ଜଳେଶ୍ବର କହଁର, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ ଏଵଂ ଆମନ୍ତ୍ରିତ ଅତିଥି ଭାବେ ସ୍ଥାନୀୟ ୱାର୍ଡମେମ୍ବର ନାଇଡୁ ଡି କ୍ରିଷ୍ଣା ଯୋଗ ଦେଇଥିଲେ ।

ଭାରତ ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି  ଯୋଜନା, ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଭଳି ୫ଟି ବହୁମୁଖୀ ସେବା ଏବେ ଗ୍ରାମୀଣ ଡାକ ସେବାର ନୂଆଁ ପରିଚୟ ପାଲଟିଛି । ଆଗାମୀ ଦିନରେ ଏହା ଆର୍ଥିକ ନିବେଶକୁ ପ୍ରୋତ୍ସାହିତ କରିବା ସହ ଡ଼ିଜିଟାଲ ଈଣ୍ଡିଆ କୁ ନୂଆଁ ଗତି ପ୍ରଦାନ କରିବ ।

ଡାକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀରାମଚନ୍ଦ୍ରପୁର ଶାଖା ଡାକପାଳିକା ଶିବାନୀ ପାଢୀ ଓ ଉପ ଶାଖା ଡାକପାଳ ପି କୂର୍ମେୟାଙ୍କୁ ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଗ୍ରାମଵାସୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଓଭରସିୟର ରଜନୀ ପାଢୀ ଓ ବ୍ୟବସାୟିକ କାର୍ଯ୍ୟନିର୍ବାହୀ ଗୌରହରି ପଣ୍ଡା ପରିଚାଳନା କରିଥିବା ବେଳେ ପ୍ରତାପ ସେଠୀ ସହଯୋଗ କରିଥିଲେ । ସହକାରୀ ଡାକ ଅଧୀକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ୲

   Related Posts