Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଦୁଇଟି ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ, ସୁଧୁରୁଛି ସ୍ୱାସ୍ଥ୍ୟାବସ୍ଥା

12/01/2021 at 3:12 PM

ପାନାଜୀ,୧୨/୦୧: କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଦୁଇଟି ଅସ୍ତ୍ରୋପଚାର ପରେ ସେ ସ୍ଥିର ଅଛନ୍ତି । ଏହାସହ ଧିରେଧିରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ । ପ୍ରମୋଦ ହସ୍ପିଟାଲରେ ଶ୍ରୀପଦଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଶ୍ରୀପଦଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି । ଦୁଇଟି ଅସ୍ତ୍ରୋପଚାର ସଫଳ ହୋଇଛି ।ସେ ଆହୁରି କହିଛନ୍ତି ଯେ, ଅପରେସନ ରାତି ୨ଟା ୩୦ରୁ ଆରମ୍ଭ ହୋଇଥିବା ବେଳେ ୭ ଘଣ୍ଟା ଧରି ଚାଲିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରୀପଦଙ୍କୁ ଭେଟିବା ପାଇଁ ମଙ୍ଗଳବାର ଏଠାରେ ପହଁଚିବେ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସୋମବାର ବିଳମ୍ୱିତ ରାତ୍ରରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କ ପତ୍ନୀ ଓ ପିଏ ପ୍ରାଣ ହରାଇଥିବା ବେଳେ ସେ ଗୁରୁତର ହୋଇଥିଲେ ।  ଏହି ଦୁର୍ଘଟଣା କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଅକୋଲାରେ ହୋଇଛି ।

ଏହି ସମୟରେ ଶ୍ରୀପଦ ନିଜ ପତ୍ନୀଙ୍କ ସହ କେଉଁଆଡେ ଯାଉଥିଲେ । ଦୁର୍ଘଟଣା ପରେ ତାଙ୍କ ପତ୍ନୀ ଚେତାଶୂନ୍ୟ ଥିଲେ ଓ ଦୀର୍ଘ ସମୟ ଧରି ତାଙ୍କର ଚେତା ଫେରିନଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀପଦଙ୍କୁ ଏବେ ଗୋଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts