ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ କାର, ସାମ୍ନାକୁ ଆସିଲା ଦୁର୍ଘଟଣାର ସେହି ଭୟଙ୍କର ଚିତ୍ର

Published By : Prameya-News7 Bureau | January 12, 2021 IST

ବେଙ୍ଗାଲୁରୁ,୧୨/୦୧: କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ତାଙ୍କ ପତ୍ନୀ ସୋମବାର ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ଶ୍ରୀପଦ ନାଏକ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଚିକିତ୍ସା ପରେ ଏବେ ଶ୍ରୀପଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କିନ୍ତୁ ଗୁରୁତର ଥିବା ତାଙ୍କ ପତ୍ନୀ ହସ୍ପିଟାଲରେ ହିଁ ଆଖି ବୁଜିଛନ୍ତି । କୁହାଯାଉଛି ଯେ, ତାଙ୍କ କାରରେ ୬ଜଣ ଯାତ୍ରୀ ଥିଲେ ।

{"id":390865,"sizeSlug":"large","linkDestination":"none"}

ଏହି ଦୁର୍ଘଟଣା କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଅକୋଲାରେ ହୋଇଛି । ଏହି ସମୟରେ ଶ୍ରୀପଦ ନିଜ ପତ୍ନୀଙ୍କ ସହ କେଉଁଆଡେ ଯାଉଥିଲେ । ଦୁର୍ଘଟଣା ପରେ ତାଙ୍କ ପତ୍ନୀ ଚେତାଶୂନ୍ୟ ଥିଲେ ଓ ଦୀର୍ଘ ସମୟ ଧରି ତାଙ୍କର ଚେତା ଫେରିନଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀପଦଙ୍କ ଏବେ ଗୋଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":390867,"sizeSlug":"large","linkDestination":"none"}

ଦୁର୍ଘଟଣାରେ ତାଙ୍କ କାରଟି ଭାଙ୍ଗିରୁଜି ଯାଇଛି । କହିବାକୁ ଗଲେ କାରଟି ଗଛରେ ଧକ୍କା ହୋଇଥିବା କୁହାଯାଉଛି । କାର୍  କାଚ ସହ ସିଟ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

{"id":390870,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.