Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବିହାର ନିର୍ବାଚନ: ଶିବହର ଜିଲ୍ଲାରେ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

24/10/2020 at 8:41 PM

ପାଟଣା ୨୪/୧୦: ବିହାର ନିର୍ବାଚନକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ରାଜନୈତିକ ଦଳ ମୈଦାନରେ ପ୍ରଚାର ଆରମ୍ଭ କରିଥିବା ବେଳେ ହିଂସା ମଧ୍ୟ ବୃଦ୍ଧି ପାଇଛି। ଶିବହର ଜିଲ୍ଲାର ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଅପରାଧୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଜନତା ଦଳ ରାଷ୍ଟ୍ରବାଦି ପାର୍ଟିର ପ୍ରାର୍ଥୀ ଶ୍ରୀନାରାୟଣ ସିଂହଙ୍କୁ ଗୁଳିମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥା​‌ରେ ତାଙ୍କୁ ଶିବହର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ଅବସ୍ଥା ଆହୁରି ବିଗିଡ଼ିବାରୁ ଡାକ୍ତର ଅନ୍ୟ ଡାକ୍ତରଖାନାକୁ ରେଫର କରିଦେଇଥିଲେ। କିନ୍ତୁ ରାସ୍ତାରେ ହିଁ ମୃତ୍ୟୁବରଣ କରିଛନ୍ତି ଶ୍ରୀନାରାୟଣ।

ମିଳିଥିବା ସୂଚନା ଅନୁସା​‌ରେ ପୁରନାୟିଆ ଥାନା ଅନ୍ତର୍ଗତ ହଥସାର ଗାଁ ନିକଟରେ ଶ୍ରୀନାରାୟଣଙ୍କୁ ଗୁଳିମାଡ଼ ହୋଇଛି। ଶ୍ରୀନାରାୟଣଙ୍କ ଛାତିରେ ଗୁଳି ବାଜିଥିବା ନେଇ ଏସଡିପିଓ ସୂଚନା ଦେଇଥିଲେ।

ଗୁରୁତର ଅବସ୍ଥାରେ ଶ୍ରୀନାରାୟଣଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଶ୍ରୀନାରାୟଙ୍କ ନାଁରେ ଦୁଇ ଡଜନ୍‌ରୁ ଅଧିକ ଅପରାଧିକ ମାମଲା ଥିଲା ବୋଲି ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି।

   Related Posts