Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଦାଖ ସୀମାରେ ବିବାଦ ପରେ ଶ୍ରୀନଗର-ଲେହ ରାସ୍ତା ସିଲ୍ : କେବଳ ସେନାବାହିନୀ ଗାଡ଼ିକୁ ଅନୁମତି

31/08/2020 at 12:51 PM

ଶ୍ରୀନଗର ୩୧/୮: ଚୀନ ପୁଣି ଥରେ ଲଦାଖ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଚୀନ ସେନା PLA ର ଏହି ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଦେଇଥିଲେ ହେଁ ଏହି ସମୟରେ ପୁଣି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଛି। ଏହି ଘଟଣା ପରେ ଶ୍ରୀନଗର-ଲେହ ହାଇଓ୍ବେକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ଏହି ହାଇଓ୍ବେକୁ କେବଳ ସେନାଙ୍କ ଗାଡ଼ି ପାଇଁ ବ୍ୟବହାର କରାଯିବ।    

ଲଦାଖ ସୀମାରେ ଉତ୍ତେଜନା ପରେ ସୋମବାର ସକାଳେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଯେଉଁ ସ୍ଥାନୀୟ ଲୋକେ ରୁହନ୍ତି ସେମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ବୟାନ ମୁତାବକ,ଅଗଷ୍ଟ ୨୯-୩୦ ରାତିରେ ଚୀନ ସେନା ପୂର୍ବ ଲଦାଖରେ ପେଙ୍ଗୋଙ୍ଗ୍ ହ୍ରଦ ପାଖରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଗତ ଥର ଦୁଇ ଦେଶର ସେନାଙ୍କ ମଧ୍ୟରେ ଯେଉଁ ବୈଠକ ହୋଇଥିଲା ଏବଂ ଯାହା ସ୍ଥିର ହୋଇଥିଲା ସେହି ପ୍ରତିଶୃତି ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା।

ଏପରି ପରିସ୍ଥିତିରେ ଏବେ ଲଦାଖ ସୀମାରେ ପୁଣି ଥରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ବ୍ରିଗେଡ କମାଣ୍ଡର ଲେବେଲର କଥାବାର୍ତ୍ତର କରାଯାଉଛି। ଯାହା ଦ୍ବାରା ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ।

   Related Posts