Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜିଠାରୁ ଆରମ୍ଭ ହେ।ଇଛି ଇ-ଅଫିସ୍ ବା ଡ଼ିଜିଟାଲ୍ ବ୍ୟବସ୍ଥା

19/09/2018 at 12:41 AM

ପୁରୀ ୧୮/୦୯ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜିଠାରୁ ଆରମ୍ଭ ହେ।ଇଛି ଇ-ଅଫିସ୍ ବା ଡ଼ିଜିଟାଲ୍ ବ୍ୟବସ୍ଥା । ଆସନ୍ତା ଜାନୁୟାରୀରୁ ସଂପୁର୍ଣ୍ଣ ଡ଼ିଜିଟାଲ ବ୍ୟବସ୍ଥା ଉପଲବ୍ଧ ହେବ । ରାଜ୍ୟ NIC ର ସହଯେ।ଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମସ୍ତ ପୁରାତନ ଫାଇଲ୍ ଓ ରେକର୍ଡ଼କୁ ଇଲେ।କ୍ଟ୍ରନିକ୍ ଫର୍ମରେ ଉପଲବ୍ଧ କରାଇବା କାର୍ଯ୍ୟ ଆରମ୍ଭ ହେ।ଇଛି । ସମସ୍ତ ଫାଇଲ୍ ଅନଲାଇନ୍ ମାଧ୍ୟମରେ ମୁଭମେଣ୍ଟ ହେବ । ଏହାଦ୍ୱାରା ସ୍ୱଛତା, ସମସ୍ତ ଫାଇଲର ସଂରକ୍ଷଣ ଓ ପୂର୍ବରୁ ସମୟ ସାପେକ୍ଷ ହେଉଥିବା ଫାଇଲ୍ କାର୍ଯ୍ୟର ସରଳୀକରଣ ହେ।ଇପାରିବ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ୱେବସାଇଟ୍, ଅନଲାଇନ୍ ଡ଼େ।ନେସନ୍ ଏବଂ ଅନଲାଇନ୍ ବିଲିଙ୍ଗ ବ୍ୟବସ୍ଥା ହେ।ଇଥିଲା। ବୈଷୟିକ ଅଧିକାରୀଙ୍କ ସହଯେ।ଗରେ ଇଣ୍ଟ୍ରା ବେସଡ଼୍ ସିଷ୍ଟମ କରାଯାଇଛି । ଏହା ଦ୍ୱାରା ହ୍ୟାକିଂର ଭୟ ମଧ୍ୟ ରହିବ ନାହିଁ । ପୂର୍ବରୁ ଏଥିପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

   Related Posts