ଶ୍ରୀମନ୍ଦିର ବନ୍ଦ, କେବଳ ଚାଲିବ ରୀତିନୀତି : କରୋନା ସଂକ୍ରମଣ ଦେଖି ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | April 24, 2021 IST

ପୁରୀ ୨୪।୦୪: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମେ ୧୫ ଯାଏଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଛି ପ୍ରଶାସନ । କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ପୂର୍ବରୁ କେବଳେ ଶନିବାର ଓ ରବିବାର ଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ଆଉ ଏବେ ମେ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ତେବେ ଏହି ସମୟରେ ନୀତିନିୟମ ଅନୁଯାୟୀ ଠାକୁରଙ୍କ ରୀତିନୀତି ଚାଲିବ ।

ଖବର ଅନୁଯାୟୀ, ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି କିଛି ସେବାୟତ କରୋନାରେ ସଂକ୍ରମିତ ହୋଇଥିଲେ । ଯାହାକୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଥିଲା । ସେହିପରି ପୁରୀରେ ମଧ୍ୟ ପ୍ରତିଦିନ କୋଭିଡ଼ ସଂକ୍ରମଣର ୪ଶହ ଉପରେ ରହୁଥିଲା । ତେବେ ଶ୍ରୀମନ୍ଦିରରେ ନୂତନ ଏସଓପି ଓ କରୋନା ସ୍ଥିତିକୁ ଦେଖି ଛତିଶାନିଯୋଗ ବୈଠକ ବସିଥିଲା । ଏହି ବୈଠକରେ ଆଗାମୀ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ । କୋଭିଡ଼ ନିୟମ ଅନୁଯାୟୀ ରଥ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.