ଆଜିଠୁ ଭକ୍ତଙ୍କ ପାଇଁ ଜଗା ଦର୍ଶନ ମନା, ଚାଲୁରହିବ ନୀତିକାନ୍ତି

Published By : Prameya-News7 Bureau | April 26, 2021 IST

ପୁରୀ ୨୬।୦୪: ଆଜିଠାରୁ ଭକ୍ତଙ୍କ ପାଇଁ ଜଗା ଦର୍ଶନ ମନା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହି ସମୟରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁରହିବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟ, ଶ୍ରୀମନ୍ଦିର କର୍ମଚାରୀମାନେ ଆକ୍ରାନ୍ତ ହେବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଭବିଷ୍ୟତରେ ପ୍ରଭାବିତ ନହେବ ସେଥିପାଇଁ ସରକାର ବାଧ୍ୟ ହୋଇ କଟକଣା ଜାରି କରିଛନ୍ତି । ଆସନ୍ତା ୧୫ ତାରିଖ ଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚୁପାଣ୍ଡଵଙ୍କ ଚଳିତବର୍ଷ ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ନା ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ।  ସେ ସମ୍ପର୍କରେ ଆସନ୍ତା ୬ ତାରିଖ ଦିନ ଏକ ବୈଠକରେ ନିଷ୍ପତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.