Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶ୍ରୀମନ୍ଦିର ବଜେଟ୍‌ ୨୦୨ କୋଟି ଟଙ୍କା : ୨୦୨୩ ରଥଯାତ୍ରା ପୂର୍ବରୁ ୧ହଜାର କୋଟି ଟଙ୍କାର ସ୍ଥାୟୀ ଜମା ଟାର୍ଗେଟ

10/03/2021 at 2:19 PM

ପୁରୀ ୧୦।୦୩: ଶ୍ରୀମନ୍ଦିର ଅର୍ଥ କମିଟି ବୈଠକ ଶେଷ । ବୈଠକରେ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଆଗାମୀ ପରିଚାଳନା କମିଟିରେ ଏହା ଅନୁମୋଦିତ ହେବ । ରଥ ପାଇଁଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସାଙ୍କ ସୁରକ୍ଷା ପାଇଁ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସେବାୟତଙ୍କ ସହାୟତା ପାଇଁ ବ୍ୟୟବରାଦ ହୋଇଛି ୫ କୋଟି । ଏଥି ସହିତ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି ।

ତେବେ ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ । ଅନ୍ୟ ଏକ ନୂଆ ଭକ୍ତ ନିବାସ ଉଦ୍ଦେଶ୍ୟରେ ସ୍ଥାନ ନିରୂପଣ ସନ୍ଧାନ କରାଯାଉଛି। ଖଣି ଖାଦାନ ରୁ ୧୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି । ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁଁ ବ୍ୟବସ୍ଥା ହୋଇଛି ।

ସେହିପରି ୨୦୨୩ର ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧ ହଜାର କୋଟି କରିବା ପାଇଁ ଉଦ୍ୟମ କରାଯିବ। ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯିବ। ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତିନିଟି ପ୍ରସ୍ତାବ ଉପରେ ଅବଗତ କରାଯିବ । ଅର୍ଥ ସବ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ।

   Related Posts