ବଦଳିଲେ ଶ୍ରୀମନ୍ଦିର ପ୍ରଶାସକ;ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବେ ପ୍ରଦୀପ୍ତ ମହାପାତ୍ର

Published By : Prameya-News7 Bureau | June 12, 2018 IST

ବଦଳିଲେ ଶ୍ରୀମନ୍ଦିର ପ୍ରଶାସକ । ପ୍ରଦୀପ ଜେନାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଛନ୍ତି ପ୍ରଦୀପ୍ତ ମହାପାତ୍ର । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ତୁଲାଇବେ ପ୍ରଦୀପ୍ତ । ପୂର୍ବରୁ ବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଦୀପ୍ତ । ଯେଉଁ ସମୟରେ ପୁରୀରେ ଛତିଶାନିଯୋଗ ବୈଠକରେ ଶ୍ରୀ ଜେନା  ଉପସ୍ଥିତ ଥିଲେ, ଠିକ୍  ସେହି ସମୟରେ ତାଙ୍କୁ ଏହି ଗୁରୁ ଦାୟିତ୍ୱରୁ ବିଦା କରାଯିବା ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଛତିଶାନିଯୋଗ ବୈଠକ ସରିବା କ୍ଷଣି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ପୂର୍ବରୁ ଶ୍ରୀ ମହାପାତ୍ର ପୁରୀ ଜିଲ୍ଲାପାଳ ଥିଲେ ଓ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବେଶ୍  କିଛି ବର୍ଷ ସଫଳତାର ସହିତ କାର୍ଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.