Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଶ୍ରୀମନ୍ଦିରରେ ଲାଗୁ ହେଲା କୋଭିଡ୍ କଟକଣା, ଚାରି ଦ୍ୱାରରେ ହେଉଛି ଥର୍ମାଲ ସ୍କ୍ରିନିଂ, ମାସ୍କ ନଥିଲେ ପ୍ରବେଶ ମନା

1/10/2020 at 5:01 PM

ପୁରୀ,୦୧/୧୦:  ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର ଘୋଷଣା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ କୋଭିଡ୍‌ କଟକଣା ଲାଗୁ କରାଯାଇଛି। କଟକଣା ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଚାରି ଦ୍ୱାରରେ ଥର୍ମାଲ ସ୍କ୍ରିନିଂ ପରେ ସେବାୟତ ଏବଂ କର୍ମଚାରୀମାନେ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ।

ପ୍ରଥମ ଦିନରେ କଟକଣା ଉଲ୍ଲଂଘନର ରିପୋର୍ଟ ମିଳିନାହିଁ । କଟକଣା ପାଳନ ହେଉଛି କି ନାହିଁ ଦେଉଳ ଭିତରେ ଲାଗିଥିବା ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଇଛି । କଟକଣା ପାଳନରେ ବ୍ୟତିକ୍ରମ ହେଲେ ସେବାୟତ ତଥା କର୍ମଚାରୀଙ୍କୁ ପ୍ରଥମେ ଚିହ୍ନଟ କରାଯିବ । ସେବାୟତଙ୍କୁ ନିୟମ ସମ୍ପର୍କରେ ସଚେତନ କରାଯିବ । ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିଭଳି ମାସ୍କ ପିନ୍ଧିନଥିଲେ ଭିତରକୁ ଛଡାଯାଉନି । ଦେଉଳ ଭିତରେ ସୀମିତ ସେବକ ଏବଂ କର୍ମଚାରୀଙ୍କୁ ନୀତିକାନ୍ତି ସଂପନ୍ନ ହେଉଛି। ତେଣୁ ମନ୍ଦିରରେ ଗହଳି ନିୟନ୍ତ୍ରଣରେ ରହିଛି। ମନ୍ଦିର ଭିତରେ ପାନ ଛେପ ନପକାଇବାକୁ ଗତ ବର୍ଷ ସୁପ୍ରିମକୋର୍ଟ ଆମିକସ୍‌ କ୍ୟୁରିଙ୍କ ପୁରୀ ଗସ୍ତ ବେଳେ ଘୋଷଣା କରାଯାଇଥିଲା । ଏବେ ଦର୍ଶନାର୍ଥୀ ପ୍ରବେଶ ମନା ଥିବାରୁ ଦେଉଳ ଭିତରେ ପାନ ଛେପ ପଡିବା ଏବଂ ପାନ ଛେପ ଦାଗ କମ ରହିଥିବାର ସୁରକ୍ଷା କର୍ମୀମାନେ କହିଛନ୍ତି ।

   Related Posts