ଶ୍ରୀମନ୍ଦିର ଗର୍ଭ ଗୃହରେ ଅଘଟଣ ; ୧୬ ଫୁଟ ଉପରୁ ପଡ଼ି ସେବାୟତ ଗୁରୁତର
25/07/2018 at 10:41 AM

ଶ୍ରୀମନ୍ଦିର ଗର୍ଭ ଗୃହରେ ଅଘଟଣ ଘଟିଛି | ରତ୍ନ ସିଂହାସନ ଉପରେ ଚାନ୍ଦୁଆ ବାନ୍ଧିବା ବେଳେ ଖସିପଡ଼ିଲେ ଚୁନରା ସେବାୟତ | ୧୬ ଫୁଟ ଉପରୁ ଖସିପଡ଼ିଲେ ସେବାୟତ ଜଣକ | ଖସିପଡ଼ିବାରୁ ସେବାୟତ ଜଣକ ଗୁରୁତର ହୋଇପଡିଛନ୍ତି | ଆହତ ଚୁନରା ସେବାୟତ ହେଲେ ନୃସିଂହ ମହାପାତ୍ର | ସିଡ଼ିରେ ଛିଡା ହୋଇ ଚାନ୍ଦୁଆ ବାନ୍ଧୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ | ତାଙ୍କ ହାତ, ଅଂଟା,ପିଠିରେ ଗୁରୁତର ଆଘାତ କାଗିଛି | ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |
Related Posts
ଶିକାରୀ ଫାଶରେ ପଡିଲା ହରିଣ, ଜଣକୁ ଅଟକ ରଖିଲା ବନ ବିଭାଗ
8 March 2021