ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ

Published By : Prameya-News7 Bureau | June 25, 2018 IST

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ଆଜି । ସ୍ନାନ ଯାତ୍ରା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦଇତାପତିମାନେ କରିବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା । ଶ୍ରୀ ଜିଉଙ୍କ ଅଙ୍ଗ ରକ୍ଷକ ଭାବେ ପରିଚିତ ଦଇତାପତି ସେବକ । ଆଜି ଦଇତାପ୍ରବେଶ ପରେ ଶ୍ରୀଜିଉଙ୍କର ବଡ଼ ସିଂହାର ଭୋଗ । ପହୁଡ଼ ଆଳତି, ପରେ ଶ୍ରୀଜିଉଙ୍କର ଶ୍ରୀମୂଖକୁ ଖଣ୍ଡୁଆରେ ଢ଼ଙ୍କି କରାଯିବ । ପରେ ସେବକମାନେ ପ୍ରଭୁଙ୍କ ବାହୁଟ କଣ୍ଟ ନୀତି ସଂପାଦନ କରିବେ । ବାହୁଟ କଣ୍ଟ ପରେ କୋଠ ସୁଆସିଆଁ ସେବକମାନେ ରତନ ସିଂହାସନରେ ଚାର ବାନ୍ଧି ବାହାରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟ୍ଟା ବାନ୍ଧିବା ନୀତି ସମ୍ପନ୍ନ କରିବେ । ଦେବସ୍ନାନ ଯାତ୍ରା ପରଠାରୁ ଦଇଦାପତି ସେବାୟତମାନେ ଅଣସର ପିଣ୍ଡିରେ ମହାପ୍ରଭୁଙ୍କର ଗୁକ୍ତ ଅନବସର ସେବା କରିବେ । ପରେ ରଥ ଯାତ୍ରା ସରିବା ପରେ ମହାପ୍ରଭୁଙ୍କ ସୁନାବେଶ ଠାରୁ ଆରମ୍ଭ କରି ଅଧରପଣା ନୀତି ସାରି ମହାପ୍ରଭୁଙ୍କୁ ନିଳାଦ୍ରୀ ବିଜେ କରାଇବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.