ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ; ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଅବ୍ୟାହତି

Published By : Prameya-News7 Bureau | November 30, 2018 IST

ନୂଆଦିଲ୍ଲୀ ୩୦|୧୧:  ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଏହି ମାମଲାରେ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ ଆବେଦନକୁ ଗ୍ରହଣ କରିବା ସହ ତାଙ୍କୁ ଅବ୍ୟାହତି ଦେଇଛନ୍ତି ସୁପ୍ରିମକୋର୍ଟ । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଆ ଆମିକସ୍ କ୍ୟୁରୀ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜାନୁଆରୀ ୨ୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ ।  ୨୫ ତାରିଖରେ ମାମଲାରୁ ଓହରିବା ନେଇ  ସୁପ୍ରିମକୋର୍ଟ ରେଜିଷ୍ଟେରାରଙ୍କୁ ଆବେଦନ କରିଥିଲେ ଗୋପାଳ ସୁବ୍ରମଣ୍ୟମ୍ । ଆବେଦନକୁ ଆଜି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ।  ଜଣାଇଥିବାର ସୂଚନା ମିଳିଛି।  । ଗୋପାଲ ସୁବ୍ରମଣ୍ୟମ ଏ ସାଏଁ ମନ୍ଦିର ସଂପର୍କୀତ ଚୁଡାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରି ନାହାନ୍ତି। ତେଣୁ ଆଜି ମାମଲାର ଶୁଣାଣି କଣ ହେବ ସେ ନେଇ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.