ଶ୍ରୀମନ୍ଦିର ସଂସ୍କାର ମାମଲା : ଆସନ୍ତା ୨୨ରେ ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ଅମିକସ୍ କ୍ୟୁରି

Published By : Prameya-News7 Bureau | February 05, 2019 IST

ନୂଆଦିଲ୍ଲୀ ୫|୧: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ଆସନ୍ତା ୨୨ ତାରିଖରେ ୨ ଦିନିଆ ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ନୂଆ ଅମିକସ୍ କ୍ୟୁରି ରଂଜିତ କୁମାର । ଆମିକସ୍ କ୍ୟୁରୀଙ୍କ ସହ ପ୍ରିୟା ହିଙ୍ଗୁ ରାନି ଆଉ ସମସ୍ତ ପକ୍ଷର ଆଇନଜୀବୀ ମଧ୍ୟ ଆସିବେ ।ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର, ଜିଲ୍ଲା ଜଜ୍ ଓ ସେବାୟତଙ୍କ ସହ ଆଲୋଚନା କରି ଆମିକସ୍ କ୍ୟୁରୀ ଷ୍ଟାଟସ୍ ରିପୋର୍ଟ ଦେବେ ।

ମନ୍ଦିରରେ ଧାଡି ଦର୍ଶନ ଓ ପରିଚୟ ପତ୍ର କାର୍ଡ ନେଇ ମଧ୍ୟ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ସଠିକ୍ ରୂପେ କାର୍ଯ୍ୟକରିତା ପାଇଁ ଆଲୋଚନାର ଆବଶ୍ୟକତା ରହିଛି ବୋଲି ମନ୍ଦିର ପ୍ରସାଶନ କୋର୍ଟଙ୍କୁ କହିଥିଲେ। ଫେବୃୟାରୀ ୨୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ମନ୍ଦିର ସମ୍ପର୍କୀତ ସମସ୍ତ ପିଟିସନର ମଧ୍ୟ ଶୁଣାଣି କରିବେ କୋର୍ଟ।

ଜଷ୍ଟିସ୍ ଏ.କେ.ସିକ୍ରି, ଜଷ୍ଟିସ୍ ଏମ୍.ଏ.ଶାହା ଓ ଜଷ୍ଟିସ୍‌ ଅବଦୁଲ୍ଲ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମ‌ାମଲାର ଶୁଣାଣି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.