ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା:ଆଜିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ

Published By : Prameya-News7 Bureau | June 12, 2018 IST

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ପ୍ରତିବାଦ । ଆଜିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିଜେପି ବିକ୍ଷୋଭ କରିବା ସହ ଏତଲା ଦେବ। ରାଜ୍ୟରେ ଥିବା ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବ ଦଳ। ସରକାରଙ୍କୁ ଘେରିବାକୁ ଗତକାଲିଠୁ ବିଜେପି ଆରମ୍ଭ କରିଛି ଜନଜାଗରଣ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତି ଜିଲ୍ଲା ଓ ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ। ଚାବି ହଜିବା ଓ ରତ୍ନଭଣ୍ଡାର ସମ୍ପତି ସୁରକ୍ଷାକୁ ନେଇ ଉଠୁଥିବା ପ୍ରଶ୍ନ ଓଡିଆ ଭାବାବେଗକୁ କୁଠାରଘାତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ବିଜେପି ପ୍ରଶ୍ନ କରିଛି । ଶ୍ରୀମନ୍ଦିର ହୁଣ୍ଡିରୁ ଆଦାୟ ହେଉଥିବା ଅଳଙ୍କାରକୁ ରତ୍ନଭଣ୍ଡାରରେ ରଖିବା ଲାଗି ଶ୍ରୀମନ୍ଦିର ଟେମ୍ପୁଲ ଆକ୍ଟରେ ଉଲ୍ଲେଖ ରହିଛି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ସେହି ଆଇନକୁ ଉଲଂଘନ କରି ଆଦାୟ ହୋଇଥିବା ଅଳଙ୍କାରକୁ ବ୍ୟାଙ୍କରେ ଜମା କରିଛି । ଏହା କିପରି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.