ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାର୍ଯ୍ୟ

Published By : Prameya-News7 Bureau | December 14, 2018 IST

ପୁରୀ ୧୪|୧୨:  ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାର୍ଯ୍ୟ । ଭାରା ବନ୍ଧା ସରିବା ପରେ ନାଟ ମଣ୍ଡପର ସ୍ଥିତି ଯାଞ୍ଚ ପାଇଁ ଏକ ଷ୍ଟ୍ରକଚରାଲ ହେଲଥ ମନିଟରିଂ ସିଷ୍ଟମ ଲାଗିବ । ଏହାଦ୍ବାରା ନାଟ ମଣ୍ଡପର ସ୍ଥିତି କଣ ରହିଛି ତାହା ସ୍ପଷ୍ଟ ହେବ । ସେହିଭଳି ବିମ୍  ଦୁର୍ବଳ ଥିବାରୁ ତାହାର ଯାଞ୍ଚ ପାଇଁ ଏକ କ୍ରାକ୍  ମିଟର ମଧ୍ୟ ଲାଗିବ । ନାଟ ମଣ୍ଡପର ଛାତ ଦୁର୍ବଳ ଥିବାରୁ ଛାତର ମରାମତି ହେବ । ଖଡ଼ଗପୁର ଆଇଆଇଟି ପକ୍ଷରୁ ତାହାର ମଧ୍ୟ ତଦାରଖ କରାଯିବ। ଛାତରୁ କିପରି ପାଣି ନଗଳିବ ସେଥି ପାଇଁ କେମିକାଲ ପ୍ରଲେପ ଦିଆଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.