ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖୋଲିବନି ସିଂହଦ୍ବାର, ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା !

Published By : Prameya-News7 Bureau | May 30, 2020 IST

ପୁରୀ ୩୦।୫: ଶ୍ରୀମନ୍ଦିର ଓ ବଡଠାକୁରଙ୍କ ରୀତିନୀତି ଏବଂ ପରମ୍ପରା ନେଇ କିଛି ନିଆର ପ୍ରସ୍ତାବ ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି । କରୋନା ମହାମାରୀ ଜନିତ ଭୟ ଏବଂ ରାଜ୍ୟ ତଥା ସାରା ବିଶ୍ବରେ ଅସାଧାରଣ ପରିସ୍ଥିତି ପରିପ୍ରେକ୍ଷୀରେ ନୀଳାଚଳ କ୍ଷେତ୍ରରେ ଠାକୁରଙ୍କ ରୀତିନୀତି ପ୍ରଭାବିତ ହୋଇଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ନାହିଁ । ସାମାଜିକ ଦୂରତା ଲାଗି ଭକ୍ତଙ୍କ ଦର୍ଶନ, ସେବାୟତଙ୍କ ସେବାରେ କଟକଣା ଲାଗିଛି ।

ରଥ ନିର୍ମାଣ ସହ ଚନ୍ଦନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ତାହାକୁ ନୂଆ ନିୟମରେ କରାଯାଇଛି ଓ ଯାଉଛି । ଏହି ପରିପ୍ରେକ୍ଷୀରେ ଆଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ମଧ୍ୟ ପ୍ରଭାବିତ ହେବା ଆଶଙ୍କା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ଶ୍ରୀଜିଉଙ୍କ ରୀତିନୀତି ନେଇ ରାଜ୍ୟ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ରଖିଛନ୍ତି ।

{"id":278414,"sizeSlug":"large"}

ଏହି ପ୍ରସ୍ତାବ ଅନୁଯାୟୀ ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା କରାଯିବା ନେଇ ପରିଚାଳନା କମିଟି ମତ ରଖିଥିବା ଜଣାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଅନୁଯାୟୀ  ସୀମିତ ସେବାୟତଙ୍କୁ ନେଇ ସ୍ନାନ ଯାତ୍ରା କରାଯିବ । ସ୍ନାନ ଯାତ୍ରା ବେଳେ ବଡ ଦାଣ୍ଡରେ ଭକ୍ତଙ୍କୁ ଉପସ୍ଥିତ ରହିବାକୁ ବାରଣ କରାଯିବ ।

ସେପଟେ ରଥଯାତ୍ରା ହେଲେ ମଧ୍ୟ ବଡ ଦାଣ୍ଡରେ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ । ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବଡ ଦାଣ୍ଡରେ ଭକ୍ତଙ୍କୁ ବାରଣ କରାଯିବ । ଲକ୍‌ଡାଉନ୍‌ ଉଠିଲେ ମଧ୍ୟ ନୀଳଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲିବନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏ ସମସ୍ତ ବିଷୟରେ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି ।

{"id":278415,"sizeSlug":"large"}

ଭିଡିଓ କନଫେରେନସିଂ ଜରିଆରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଜପତି ମହାରାଜା ଅଧ୍ୟକ୍ଷତା କରିଥିଲେ । କାଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଉମାଶଙ୍କର ଦାସ ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଏହାସହ ବୈଠକରେ ସମସ୍ତ ପରିଚାଳନା କମିଟି ସଦସ୍ୟ, ସେବାୟତ ପ୍ରତିନିଧି ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.