ଆଜିଠାରୁ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆରମ୍ଭ

Published By : Prameya-News7 Bureau | July 17, 2018 IST

ଆଜିଠାରୁ ଜଗମୋହନ ମରାମତି କାମ ଆରମ୍ଭ । ଗତ କାଲି ଜି.ସି. ମିତ୍ରାଙ୍କ ନେତ୍ରତ୍ଵରେ ବେଶେଷଞ୍ଗ କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ମରାମତି ପାଇଁ ପରାମର୍ଶ ଦେଇଥିଲେ । ସଙ୍କଟାପୁର୍ଣ୍ଣ ହୋଇଛି ଶ୍ରୀମନ୍ଦିର ଜୟ ବିଯୟ ଦ୍ଵାର। ଜଗମୋହନ ଓ ନାଟ ମଣ୍ଡବ ସଂଯୋଗ ସ୍ଥଳ ଉପରେ ଫାଟ ଦେଖା ଦେଇଛି | ଫାଟ ମେଲୁଥିବାରୁ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଛନ୍ତି | ତୁରନ୍ତ ମରାମତି କାମ ଆରମ୍ଭ କରିବାକୁ ଭାରତୀୟ ପ୍ରତ୍ନତାତ୍ଵିକ ସର୍ଭେକ୍ଷଣ ସଂସ୍ଥାକୁ ପରାମର୍ଶ ଦିଆଯାଇଛି। ଗର୍ଭଗୃହ ଏବଂ ଜଗମୋହନରେ ଗରମ ବାୟୁ ସମସ୍ୟା ସୃଷ୍ଟି କରୁଛି। ଅଧିକ ବାୟୁ ନିସ୍କାସନ ଜନ୍ତ୍ର ଲଗାଇବାକୁ ବୟିସାଇକ କମିଟି ସୁପାରିଶ କରିଛି। ନାଟ ମଣ୍ଡପରେ ଥିବା ଅରୁଣ ସ୍ତମ୍ଭ ଉପର ଛାତ ଏବଂ ବିମ ଦୃର୍ବଳ ହୋଇ ପଡ଼ିଛି | ଶ୍ରୀ ଜିଉଙ୍କ ନିଳାଦ୍ରୀ ବିଜୟ ପୂର୍ବରୁ ତାହାର ମରାମତି ସାରିବାକୁ କୁହାଯାଇଛି। ସେପଟେ ଗରମ ବାମ୍ଫ ଆବଦ୍ଧହୋଇ ରହିବା ଯୋଗୁ କାନ୍ଥ ଓ ଛାତ ଝାଳଉଥିବା ଦେଖା ଦେଇଛି । ଟନ ଟନ ଷ୍ଟିଲ ବିମରେ ଜଗମୋହନ ମରାମତି ଆଉ ଏକ ସମସ୍ୟା ସୃଷ୍ଟି କରିଛି.. ଜଗମୋହନର ଓଜନ ହ୍ରାସ ପାଇଁ ଅତ୍ୟାଧୂନିକ ପ୍ରଣାଳିରେ ବ୍ୟବସ୍ଥା କରାଯିବ । ଏଥିପାଇଁ ଯାତୀୟ କୋଠାବାଡ଼ି ପ୍ରତିଷ୍ଠାନର ବୟିସାଇକ ସାହାୟତା ନିଆଯିବ । ଏହା ଛଡ଼ା ଶ୍ରୀଜିଉଙ୍କ ଚାଙ୍ଗଡ଼ା ଘର ଓ ଖଟ ସେଜ ଘର ପୂନଃ ନିର୍ମାଣ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦିଆ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.