ଶ୍ରୀମନ୍ଦିର ବିଭ୍ରାଟ ପ୍ରସଂଗ: ବିଜୟ ମହାପାତ୍ର-ଗଜପତି ମୁହାଁମୁହିଁ, ସବୁ ଜଗନ୍ନାଥ ମନ୍ଦିର ଆଗରେ ବିକ୍ଷୋଭ କରିବ ବିଜେପି

Published By : Prameya-News7 Bureau | December 31, 2018 IST

ଭୁବନେଶ୍ବର ୩୧|୧୨: ଶ୍ରୀମନ୍ଦିରରେ ଦେଖାଦେଇଥିବା ବିଭ୍ରାଟ ପାଇଁ ବର୍ତ୍ତମାନସୁଦ୍ଧା କାହାକୁ ବିଧିବଦ୍ଧ ଭାବେ ଦାୟୀ କରାଯାଇନାହିଁ। କିନ୍ତୁ ବୟାନ ବାଜି ଜୋର ଧରିଛି। ବିଜେପି ଏବେ ଏହି ଘଟଣାକୁ ନେଇ ସବୁ ଜଗନ୍ନାଥ ମନ୍ଦିର ଆଗରେ ବିକ୍ଷୋଭ କରିବାକୁ ରଣହୁଂକାର ଦେଇଛି। ସେପଟେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଆକ୍ଷେପ କରିଛନ୍ତି ଗଜପତି ମହାରାଜଙ୍କୁ। ଯାହାର ଜବାବ ଦେଇଛନ୍ତି ଗଜପତିଙ୍କ କାର୍ଯ୍ୟାଳୟ।

ଶ୍ରୀମନ୍ଦିର ବିଭ୍ରାଟ ପାଇଁ କିଏ ଦାୟୀ।କାହାର ଅହଂକାର ପାଇଁ ବାରମ୍ବାର ଦେଖାଦେଉଛି ବିଭ୍ରାଟ। ଏବେ ସମସ୍ତେ ଛକିପାଞ୍ଚି ହେଉଛନ୍ତି। କେହି ଦୋଷ ମୁଣ୍ଡାଇବାକୁ ପ୍ରସ୍ତୁତ ନୁହନ୍ତି କି ଯିଏ ଦୋଷ କରିଛନ୍ତି ତସେମାନଙ୍କୁ ଚିହ୍ନଟ କରାଯାଉନାହିଁ। ଏତିକିବେଳେ ଚାଲିଛି ବୟାନବାଜି ।ଆଜି ବିଜେପି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ କରିଛି। ଆସନ୍ତାକାଲିଠାରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ବିକ୍ଷୋଭ କରିବାକୁ ବିଜେପି ରଣହୁଂକାର ଦେଇଛି।

ସେପଟେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଆକ୍ଷେପ କରିଛନ୍ତି ଗଜପତି ମହାରାଜଙ୍କୁ। ପରିଚାଳନା କମିଟି ସଭାପତି ଭାବେ ଗଜପତିଙ୍କର ଦାୟିତ୍ବ ରହିଛି। ଏଥିସହିତପ୍ରଶାସନ ଚାହିଁଥିଲେ ଏହାର ସମାଧାନ କରିପାରିଥାନ୍ତା ବୋଲି ବିଜୟ କହିଛନ୍ତି। ସେପଟେ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତିରେ ଏହାକୁ ଖଣ୍ଡନ କରାଯାଇଛି।ଦୈନନ୍ଦିନ ପରିଚାଳନା ଦାୟିତ୍ବ ମୁଖ୍ୟ ପ୍ରଶାସନକଙ୍କର ବୋଲି ଏଥିରେ ଦର୍ଶାଯାଇଛି। ସେପଟେ ପିସିସି ସଭାପତି ସରକାର ଠିକ୍ ସମୟରେ ଆଲୋଚନା କରୁନଥିବାରୁ ଏହାର ସମାଧାନ ହୋଇପାରୁନାହିଁ। ଯାହାର ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ।

{"id":69168}

କାଲି ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଦର୍ଶନ କରିବା ଲାଗି ଆସିବେ।ଏହି ସମୟରେ ସବୁକିଛି ଶୃଙ୍ଖଳିତ କରିବା ପ୍ରଶାସନ ଉପରେ ବଡ଼ ଚ୍ୟାଲେଞ୍ଜ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.