ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ଘଟଣା: ସିଂହଦ୍ବାର ଥାନାରେ ମାମଲା, ସୁରଟର ହିତେଶ ସୋନାନୀଙ୍କୁ ଗିରଫ ଦାବି

Published By : Prameya-News7 Bureau | November 09, 2018 IST

ପୁରୀ ୯|୧୧: ପୁଣି ଶ୍ରୀମନ୍ଦିରର ଭିତରର ଚିତ୍ର ଇଣ୍ଟରନେଟରେ ଭାଇରାଲ ମନ୍ଦିର ପରିସର ସହ କୋଇଲି ବୈକୁଣ୍ଠ ଓ ରୋଷ ଶାଳାର ଫଟୋ ଜଣେ ଗୁଜୁରାଟୀ ପର୍ଯ୍ୟଟକଙ୍କ ଫେସବୁକ୍‌ରେ ଅପଲୋଡ କରାଯାଇଛି ଶ୍ରୀମନ୍ଦିର ଦୁଆରେ ମାଳମାଳ ସିସି ଟିଭି କ୍ୟାମରା, ଶହ ଶହ ପୋଲିସ ଜଗି ବସିଥିଲେ ବି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ଫୋନ୍‌ ଗଲା କେମିତି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ .. ପୁଣି ଶ୍ରୀମନ୍ଦିରର ଭିତରର ଫଟୋ ଇଣ୍ଟରନେଟରେ ଭାଇରାଲ । ଶ୍ରୀମନ୍ଦିରର ପରିସର ସହିତ କୋଇଲି ବୈକୁଣ୍ଠ, ରୋଷ ଶାଳା, ଶ୍ରୀମନ୍ଦିର ସାତପାହାଚ ନିକଟ ବ୍ୟାରିକେଡ୍‌, ନବଗ୍ରହ ମନ୍ଦିର ସମ୍ମୁଖ, ମହାଲକ୍ଷ୍ମୀଙ୍କ ମନ୍ଦିର କଡ,  ଆନନ୍ଦ ବଜାର ସମ୍ମୁଖର ଫଟୋ ଭାଇରାଲ୍ ହୋଇଛି । କେବଳ ସେତିକି ନୁହେଁ କଳ୍ପବଟ ଭିତର ପାଖ ସହ ଗୁଣ୍ଡିଚା ମନ୍ଦିରର ଫଟୋ ଫେସ୍‌ବୁକ୍‌ରେ ଭାଇରାଲ୍ ହୋଇଛି । ଗୁଜୁରାଟ ସୁରଟର ହିତେଶ ସୋନାନୀ ନାମକ ବ୍ୟକ୍ତି ଏହି ସବୁ ସ୍ଥାନରେ ତାଙ୍କ ପରିବାର ଓ କିଛି ଇସ୍କନ ଭକ୍ତଙ୍କ ସହ ସହ ଉଠାଇଥିବା ଫଟୋ ଫେସବୁକ ପେଜରେ ଅପଲୋଡ୍ କରିଛନ୍ତି ।ଶ୍ରୀମନ୍ଦିରର ଫଟୋ ଭାଇରାଲ ହେବା ପରେ ହିତେଶ ସୋନାନୀଙ୍କ ଗିରଫ ଦାବି କରିଛନ୍ତି ଜିଲ୍ଲା ସୂଚନା ଅଧିକାର କର୍ମୀ । ଏ ନେଇ ସେମାନେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ହେଲେ ଏସଂପର୍କରେ ନା ମୁହଁ ଖୋଲିଛି ସିଂହଦ୍ବାର ଥାନା ପୋଲିସ ନା ପ୍ରଶାସନ ହିତେଶ ଜଣେ ଇସ୍କନ ଭକ୍ତ ଓ ଠାକୁରଙ୍କ ପ୍ରଚାର ପ୍ରସାର କରିବା ପାଇଁ ପରିବାର ଲୋକଙ୍କ ସହ ସେ ପୁରୀ ଆସିଥିବା କହିଛନ୍ତି ତାଙ୍କ ସଂପର୍କୀୟ। ହିତେଶ ମନ୍ଦିର ଭିତରକୁ କ୍ୟାମେରା କିପରି ଆଣିଲେ ସେ ସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ସେହି ଫଟୋରେ ଥିବା ତାଙ୍କ ସଂପର୍କୀୟ କହିଛନ୍ତି । ପ୍ରଥମ ଥର ପୁରୀ ଆସିଥିବାରୁ ଏହି ଭୁଲକୁ କ୍ଷମା କରିଦେବାକୁ ସେ ନିବେଦନ କରିଛନ୍ତି ।ଭାଇରାଲ୍ ହୋଇଥିବା ଫଟୋ ଏବେ ହିତେଶଙ୍କ ଫେସବୁକ୍ ଆକାଉଣ୍ଟରୁ ଡିଲିଟ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ଜଣେ ବିମାନ କର୍ମଚାରୀ  ଓ ଜଣେ ପୋଲିସ ଅଧିକାରୀ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ କିଛି ଦିନ ନବିତୁଣୁ ପୁଣି ଜଣେ ପର୍ଯ୍ୟଟକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଛି। ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିମ୍ବା ମୋବାଇଲ ନେବା ମନା ଥିଲେ ମଧ୍ୟ ପର୍ଯ୍ୟଟକମାନେ ଭିତରେ କେମିତି ଫଟୋ ଉଠାଉଛନ୍ତି ? ଶ୍ରୀମନ୍ଦିର ଚାରି ଦ୍ବାରରେ ରହୁଥିବା ପୋଲିସ ଭକ୍ତଙ୍କୁ ସଠିକ୍ଚେକ୍କରୁନାହାନ୍ତି କି ?  ନା ଜାଣିଶୁଣି ଏହାକୁ ନଜର ଅନ୍ଦାଜ କରାଯାଇଛି ? ଶ୍ରୀମନ୍ଦିରକୁ ମୋବାଇଲ୍ ନେବାକୁ ଆଉ କେହି ସାହାଯ୍ୟ କରୁଛନ୍ତି କି ?  ସେପଟେ ଶ୍ରୀମନ୍ଦିରର ଭିତରର ଫଟୋ ବାରମ୍ବାର ସୋସିଆଲ୍ ମିଡିଆରେ ଭାଇରାଲ ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା  ଉପରେ ବଡ ପ୍ରଶ୍ନ ଚିହ୍ନ ଲଗାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.