ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠପ୍ ; ଉଗ୍ର ରୂପ ନେଇଛି ପୋଲିସ-ସେବାୟତଙ୍କ ବିବାଦ, ଆଲୋଚନା ବିଫଳ ପରେ ହାତ ଟେକିଦେଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | December 28, 2018 IST

ପୁରୀ ୨୮|୧୨:  ସକାଳୁ ଏଯାଏଁ ଖୋଲିନି ଶ୍ରୀମନ୍ଦିର । ଶ୍ରୀମନ୍ଦିର ଭିତର ଦ୍ବାର ଖୋଲିନି । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠପ୍ । ଶ୍ରୀଜୀଉଙ୍କୁ ଦର୍ଶନ ନକରିପାରି ଭକ୍ତ ନିରାଶ । ନୂଆବର୍ଷ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତ କିନ୍ତୁ ଦର୍ଶନ କରିପାରୁନାହାନ୍ତି । ପୋଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଛି । ସେବାୟତଙ୍କୁ ସୁରକ୍ଷା କର୍ମୀଙ୍କ ମାଡ ପ୍ରତିବାଦରେ ନୀତିକାନ୍ତି ବନ୍ଦ ରହିଛି । ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଛି । ହାତ ଟେକିଦେଲା ଜିଲ୍ଲା ପ୍ରଶାସନ ।

{"id":67924}

ଗତକାଲି ସନ୍ଧ୍ୟାରେ ବଙ୍ଗାଳି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ନେବାବେଳେ ସେମାନଙ୍କୁ ବିଦେଶୀ ଭକ୍ତ ସନ୍ଦେହ କରି ସୁରକ୍ଷା କର୍ମୀମାନେ ସିଂହ ଦ୍ବାର ନିକଟରେ ଅଟକାଇଥିଲେ । ସେମାନଙ୍କୁ ମନ୍ଦିର ଭିତରକୁ ନେଇ ଯାଉଥିବା ଭବାନୀ ମହାପାତ୍ର ଓ ୨ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ହାତାହାତି ହୋଇଥିଲେ । ୨ ସୁରକ୍ଷା କର୍ମୀ ଜଣେ ସେବାୟତଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ମାଡରେ ଭବାନୀ ମହାପାତ୍ର ଆହତ ହୋଇଛନ୍ତି । ଭବାନୀ ମହାପାତ୍ର ଓ ପୋଲିସ  କନେଷ୍ଟବଲ୍  ବିଶ୍ବଜିତ ପରିଜା ଉଭୟ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ଉଭୟ ପକ୍ଷ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.