ପୁରୀ ୧୬।୦୬: ରାଜ୍ୟରେ କରୋନା ସଂକ୍ରମଣର ଗତି ଧିମା ପଡୁଥିବାରୁ ଏବଂ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟ ସରକାର ଜୁଲାଇ ୧ ତାରିଖ ଯାଏଁ ଲକ୍ଡାଉନ୍ କଟକଣାରେ କୋହଳ କରିଛନ୍ତି। ହେଲେ ମନ୍ଦିର ପୂର୍ବବତ ବନ୍ଦ ରହିବ। ଚଳିତ ବର୍ଷ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ। ହେଲେ ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଏଥିସହ ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ହେବ ପରବର୍ତ୍ତୀ ନିଷ୍ପତ୍ତି। ଏହି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି। ଗତ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଘୋଷଣା ହୋଇ ସାରିଛି। ଫଳରେ ଗତ ବର୍ଷ ପରି ଏଥର ମଧ୍ୟ ବିନା ଭକ୍ତରେ ରଥ ଯାତ୍ରା ଏବଂ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଜୁନ ୧୫ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଦ୍ଵିତୀୟ ଲହର ଠିକ୍ ଆରମ୍ଭ ବେଳକୁ ସ୍ଥିତିରେ ଦୃଷ୍ଟିରେ ରଖି ଶନିବାର ଏବଂ ରବିବାର ଭକ୍ତ ଦର୍ଶନ ବନ୍ଦ ରହିଥିଲା। ହେଲେ ପ୍ରକୋପ ବଢିବା ପରେ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।