Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବୈଦେଶିକ ମୁଦ୍ରା ସଂକଟରେ ଭାରତକୁ ୫୦ କୋଟି ଡଲାର ଋଣ ମାଗିବେ ଶ୍ରୀଲଙ୍କା ସରକାର, କିଣିବେ ଇନ୍ଧନ

23/10/2021 at 9:10 PM

କଲମ୍ବୋ ୨୩।୧୦: ଶ୍ରୀଲଙ୍କା ବୈଦେଶିକ ମୁଦ୍ରାଭଣ୍ଡାର ଏବେ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ଫଳରେ ତୈଳ ଆମଦାନୀ ନିମନ୍ତେ ପୈଠ ଲାଗି ଏବେ ବୈଦେଶିକ ମୁଦ୍ରାର ଅଭାବ ଦେଖା ଦେଇଛି। ଏଣୁ ଭାରତ ସରକାରଙ୍କୁ ଋଣ ନିବେଦନ କରିବେ ବୋଲି ସୂଚନା ମିଳୁଛି। ତୈଳ ବାବଦ ପୈଠ ନିମନ୍ତେ ଶ୍ରୀଲଙ୍କାକୁ ଅନୁନ୍ୟ ୫୦ କୋଟି ଡଲାରର ଆବଶ୍ୟକତା ରହିଛି। ଏଣୁ ପ୍ରସ୍ତାବକୁ ମଞ୍ଜୁରି ନିମନ୍ତେ କ୍ୟାବିନେଟରେ ଉପସ୍ଥାପନ କରିବେ ବୋଲି  ଶ୍ରୀଲଙ୍କା ଶକ୍ତିମନ୍ତ୍ରୀ ଉଦୟ ଗମ୍ମନ ପିଲା ଶନିବାର କହିଛନ୍ତି। 

ମନ୍ତ୍ରୀମଣ୍ଡଳ ତୈଳ ଆମଦାନୀ ନିମନ୍ତେ ପୂର୍ବରୁ ୩.୬ ବିଲିୟନ ଡଲାର ଋଣ କରିବାକୁ ମଞ୍ଜୁରି ଦେଇସାରିଛନ୍ତି। ଏହି ରାଶି ଓମାନରୁ ଋଣ କରାଯିବ। ଦେଶରେ ବୈଦେଶିକ ମୁଦ୍ରାସଂକଟରେ ବୈଶ୍ୱିକ ବଜାରରେ ଅଶୋଧିତ ତୈଳର ଉଚ୍ଚ ଦର ଏବେ ସମସ୍ୟାର କାରଣ ପାଲଟିଛି। ଦେଶରେ ଇନ୍ଧନର ବର୍ତ୍ତମାନ ଉପଲବ୍ଧତା ନେଇ ଏବେ କୌଣସି ଗ୍ୟାରେଣ୍ଟି ଦିଆଯାଇ ନ ପାରେ ବୋଲି ଗମ୍ମନ ପିଲା କିଛି ଦିନ ପୂର୍ବରୁ କହିଥିଲେ। ଏ ନେଇ ଯାହାବି କିଛି ଜାନୁୟାରୀ ୨୦୨୨ ପରେ କୁହାଯାଇପାରିବ ବୋଲି ସେ କହିଥିଲେ।

ସେପଟେ ଦେଶରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧିର ସୂଚନା ଲୋକଙ୍କୁ ମିଳିସାରିଲାଣି। ଉପୁଜିଥିବା ପରିସ୍ଥିତିରେ ଦେଶର ତୈଳ କମ୍ପାନୀ ସିଲୋନ ପେଟ୍ରୋଲିୟମ କର୍ପୋରେସନ ନିଶ୍ଚିତ ମୂଲ୍ୟ ବୃଦ୍ଧି କରିପାରନ୍ତି। ଏଣୁ ଲୋକେ ଆଗୁଆ ପେଟ୍ରୋଲ ଡିଜେଲ କିଣି ରଖିବା ଲାଗି ବିଭିନ୍ନ ଫିଲିଂ ଷ୍ଟେସନମାନଙ୍କରେ ଦିନ ରାତି ଧାଡି ବାନ୍ଧିବାରେ ଲାଗିଲେଣି।

   Related Posts