Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଦ୍ୱିତୀୟ ସ୍ତରର ଦଳ କହିଲେ ଅର୍ଜୁନ ରଣତୁଙ୍ଗା, ଏମିତି ଜବାବ ରଖିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ

2/07/2021 at 11:05 PM

ନୂଆଦିଲ୍ଲୀ, ୦୨/୦୭: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଦ୍ୱିତୀୟ ଶ୍ରେଣୀର ଦଳ ବୋଲି କହିଛନ୍ତି । ଦ୍ୱିତୀୟ ଶ୍ରେଣୀର ଭାରତୀୟ ଦଳ ସହ ସିରିଜ୍ ଖେଳିବାକୁ ଯାଉଥିବାରୁ ରଣତୁଙ୍ଗା ତାଙ୍କ ଦେଶର ବୋର୍ଡକୁ ସମାଲୋଚନା କରିଛନ୍ତି । ରଣତୁଙ୍ଗା ଶ୍ରୀଲଙ୍କା ଗଣମାଧ୍ୟମକୁ କହିଛନ୍ତି ଯେ, ଶ୍ରୀଲଙ୍କାକୁ ଆସିଥିବା ଭାରତୀୟ ଦଳ ସେମାନଙ୍କର ଶ୍ରେଷ୍ଠ ଦଳ ନୁହେଁ । ଏହା ହେଉଛି ଦ୍ୱିତୀୟ ସ୍ତରର ଦଳ । ଏହା ଆମ କ୍ରୀଡ଼ା ମନ୍ତ୍ରୀ, କ୍ରିକେଟ୍ ପ୍ରଶାସକଙ୍କୁ ଜଣା ନଥିଲା କି? ଏ ନେଇ ସେ ସାଧାରଣରେ ପ୍ରଶ୍ନ ଉଠାଇଛନ୍ତି ।

ସେ ପୁଣି କହିଛନ୍ତି ଯେ, ଶ୍ରୀଲଙ୍କା କ୍ରିକେଟ୍ ଭଲ ସ୍ଥିତିରେ ନଥାଇ ପାରେ, କିନ୍ତୁ କ୍ରିକେଟ୍ ଦେଶ ଭାବରେ ଆମର ପରିଚୟ ଏବଂ ସମ୍ମାନ ରହିଛି । ଭାରତର ବି ଦଳ ସହିତ ଖେଳିବାକୁ ଆମେ ଆମର ଶ୍ରେଷ୍ଠ ଖେଳାଳିଙ୍କୁ ପଠାଇବା ଉଚିତ୍ ନୁହେଁ । ଶିଖର ଧାୱନ, କ୍ରୁନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଭାରତୀୟ ସୀମିତ ଓଭର ଦଳର ନିୟମିତ ସଦସ୍ୟ ରହିଛନ୍ତି । କିନ୍ତୁ ଶ୍ରୀଲଙ୍କା ଗସ୍ତରେ ଥିବା ଅନେକ ଖେଳାଳି ଅଧିକ ସୀମିତ ଓଭର ମ୍ୟାଚ୍ ଖେଳି ନାହାଁନ୍ତି, କିଛି ଖେଳାଳି ଏପର୍ଯ୍ୟନ୍ତ ଡେବ୍ୟୁ ମଧ୍ୟ କରିନାହାଁନ୍ତି ବୋଲି ସେ କହିଛନ୍ତି ।

ଏହି ସମୟରେ, ଧୱନଙ୍କ ନେତୃତ୍ୱରେ ଦଳ ଗୁରୁବାର କ୍ୱାରେଣ୍ଟିନ ଶେଷ କରି ଜୁଲାଇ ୧୩ ରୁ ଆରମ୍ଭ ହେବାକୁ ଥିବା ODI ସିରିଜ୍ ପାଇଁ ଶୁକ୍ରବାର ଦିନ ଠାରୁ ପ୍ରକ୍ଟିସ୍‌ ଆରମ୍ଭ କରିବେ । ଭାରତୀୟ ଦଳ ଜୁଲାଇ ୨ରୁ ୪ ପର୍ଯ୍ୟନ୍ତ କ୍ୱାରାଣ୍ଟିନରେ ରହିବା ସମୟରେ ଅଭ୍ୟାସ କରିବାକୁ ଅନୁମତି ପାଇଛି । ଏହା ପରେ ଦଳ କ୍ୱାରେଣ୍ଟିନରୁ ବାହାରକୁ ଆସିବ କିନ୍ତୁ ସବୁଜ ବଳୟ ଭିତରେ ହିଁ ରହିବ ।

ପ୍ରଥମ ଥର ପାଇଁ କୋଚ୍ ଭାବେ ଜାତୀୟ ଦଳକୁ ନେଇ ବିଦେଶ ଯାଇଥିବା ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଯିବା ପୂର୍ବରୁ କହିଥିଲେ ଯେ, ଦଳ ଏହି ସିରିଜ ଜିତିବାକୁ ଚାହୁଁଛି । ସେ ଏହା ମଧ୍ୟ କହିଛନ୍ତି ଯେ ଟି -20 ବିଶ୍ୱକପ ଦଳ ଚୟନ ପାଇଁ ଚୟନକର୍ତ୍ତାଙ୍କୁ ଏହା କିଛି ବିକଳ୍ପ ଦେଇପାରେ ।

ତେବେ ରଣତୁଙ୍ଗାଙ୍କ ଏଭଳି ମନ୍ତବ୍ୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହାର ଜବାବ ରଖିଛି । ବୋର୍ଡ କହିଛି ଯେ, ଶ୍ରୀଲଙ୍କା କ୍ରିକେଟ୍‌ ରଣତୁଙ୍ଗା ବୟାନ ସହ ସହମତ ନୁହେଁ। ଶ୍ରୀଲଙ୍କା ବୋର୍ଡ ଭାରତୀୟ ଦଳକୁ ଅଭିଜ୍ଞ ବୋଲି କହିଛି । ଭାରତୀୟ ଦଳର ୨୦ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଭାରତୀୟ ଦଳ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍‌ ଶେଷ କରିଛି ଏବଂ ଜୁଲାଇ ୧୩ରେ ପ୍ରଥମ ODI ମ୍ୟାଚ୍‌ ଖେଳିବ । ବୋର୍ଡ କହିଛି, କ୍ରିକେଟ୍‌ ଜଗତରେ ବିଶେଷ କରି ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ଦେଶଗୁଡିକ ଅଲଗା ଅଲଗା ଫର୍ମାଟ୍ ପାଇଁ ବର୍ତ୍ତମାନ ଅଲଗା ଅଲଗା ଟିମ୍ ରଖୁଛନ୍ତି। ଏହି ପ୍ରଚଳନ ସଂପ୍ରତି କ୍ରିକେଟ୍ ଦୁନିଆରେ ଦେଖିବାକୁ ମିଳୁଛି।

   Related Posts