Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁ ଯୁବକଙ୍କ ସହ ଶ୍ରୀଲଙ୍କା ଯୁବତୀଙ୍କର ହେଲା ପ୍ରେମ : ଭାରତରେ ହେଲା ବାହାଘର

ମନ୍ଦସୋର ୧୨/୨ : କଥାରେ ଅଛି ପ୍ରେମକୁ ଅଟକାଇବା ପାଇଁ କୌଣସି ସୀମା କି ବାଡ଼ ନାହିଁ | ପ୍ରେମ ନିଜ ଆକାଂକ୍ଷା ପୁରା କରିବା ପାଇଁ ଯେକୌଣସି ଦେଶର ସୀମା ହେଉ କି ସାତ ସମୁଦ୍ର ହେଉ ପାରି କରି ଆସିଥାଏ | ଏମିତି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶ ମନ୍ଦସୋର ଅଂଚଳରେ | ମନ୍ଦସୋରରେ ରହୁଥିବା ଗୋବିନ୍ଦ ନାମକ ଯୁବକଙ୍କ ସହ ଶ୍ରୀଲଙ୍କାର ହଂସିନୀଙ୍କୁ ପ୍ରେମ ହୋଇଗଲା | ପ୍ରଥମେ ଇଣ୍ଟରନେଟରେ ବନ୍ଧୁତା ଏବଂ ପରେ ପ୍ରେମ | ଶେଷରେ ବିବାହ | ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |


ସୂଚନାଯୋଗ୍ୟ ଯେ, ମଧ୍ୟ ପ୍ରଦେଶର ଏକ ଛୋଟ ଗାଁ କୁଚଡୋଦରେ ରହୁଥିବା ଗୋବିନ୍ଦଙ୍କ ସାକ୍ଷାତ ହଂସିନୀଙ୍କ ସହ ପ୍ରଥମେ ଟ୍ୱିଟର ଜରିଆରେ ହୋଇଥିଲା | ଏହାପରେ ଉଭୟ ନିଜ ନିଜ ନମ୍ବର ଅଦଳବଦଳ କରିଥିଲେ ଏବଂ ହ୍ୱାଟ୍ସ ଆପରେ କଥାବାର୍ତା କରିଥିଲେ | ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା | ପରେ ଉଭୟ ହ୍ୱାଟ୍ସ ଆପରେ ଭିଡିଓ କଲରେ କଥାବାର୍ତା କଲେ | ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଯାହାଫଳରେ ବସନ୍ତ ପଞ୍ଚମୀ ଦିନ ଉଭୟ ବିବାହ କରିଥିଲେ |


ହଂସିନୀ କହିଛନ୍ତି ଯେ, ଗୋବିନ୍ଦଙ୍କ ସହ ପ୍ରେମ ହେବାପରେ ସେ ତାଙ୍କୁ ସାକ୍ଷାତ କରିବା ପାଇଁ ଭାରତକୁ ଆସିଥିଲେ | ଏହାପରେ ନିଜ ଘରଲୋକଙ୍କୁ ବୁଝାଇସୁଝାଇ ସେ ଭାରତରେ ଫିଜିଓଥେରାପିଷ୍ଟ କୋର୍ସ କରିଥିଲେ | ଏହାପରେ ଉଭୟ ନିଜ ନିଜ ଘରଲୋକଙ୍କୁ ନିଜ ମନ କଥା କହିଥିଲେ ଏବଂ ଘରଲୋକ ମଧ୍ୟ ଉଭୟଙ୍କ ସମ୍ପର୍କରେ ସହମତି ଦେଇଥିଲେ | ବସନ୍ତ ପଞ୍ଚମୀ ଦିନ ଗୋବିନ୍ଦ ଏବଂ ହଂସିନୀ ଘରଲୋକଙ୍କ ଉପସ୍ଥିତିରେ ଧୂମଧାମରେ ବିବାହ କରିଥିଲେ |


ହଂସିନୀଙ୍କ ବାପା ଶ୍ରୀଲଙ୍କାରେ ସୁପ୍ରିମକୋର୍ଟରେ ଓକିଲ ଅଛନ୍ତି ଏବଂ ତାଙ୍କ ମା ଜଣେ ପ୍ରଫେସର | ହଂସିନୀଙ୍କ ବାପା ମା ବୌଦ୍ଧ ଧର୍ମାବଲମ୍ବୀ | ସେଥିପାଇଁ ସେମାନେ ଚାହୁଁଥିଲେ ଝିଅର ଶ୍ୱଶୁର ଘରଲୋକେ ଶାକାହାରୀ ହୋଇଥାନ୍ତୁ |ଏପଟେ ଗୋବିନ୍ଦଙ୍କ ପରିବାର ମଧ୍ୟ ଶାକାହାରୀ | ଫଳରେ ହଂସିନୀଙ୍କ ବାପା ମା’ଙ୍କୁ ଗୋବିନ୍ଦଙ୍କ ପରିବାର ବହୁତ ପସନ୍ଦ ଆସିଥିଲା | ସମସ୍ତଙ୍କ ସହମତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |

611 Views

   ସମ୍ବନ୍ଧିତ ଖବର