ଭାରତ-ଶ୍ରୀଲଙ୍କା ୩ୟ ଟି-୨୦, ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି
10/01/2020 at 6:19 PM

ପୁଣେ, ୧୦|୦୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶୁକ୍ରବାର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ । ପୁଣେ ସ୍ଥିତ ଷ୍ଟାଡିୟମରେ ଖେଳିଯିବ ସିରିଜର ଅନ୍ତିମ ମ୍ୟାଚ୍ । ତେବେ ୩ୟ ଟି-୨୦ ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କା ଅଧିନାୟକ ଲସିଥ୍ ମାଲିଙ୍ଗା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ସିରିଜର ପ୍ରଥମ ମ୍ୟାଚ୍ କୁ ବର୍ଷା ଧୋଇନେବା ପରେ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ଜିତି ୧-୦ରେ ଆଗୁଆ ରହିଛି ।