Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ

25/07/2021 at 11:30 PM

ନୂଆଦିଲ୍ଲୀ ୨୫/୭: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବିପୁଳ ବିଜୟ । ୩୮ ରନ୍‌ରେ ବିଜୟୀ ହୋଇଛି ଶିଖର ସେନା।  ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ ୧୮.୩ ଓଭରରେ ଅଲଆଉଟ୍‌ ହୋଇଛି । ୧୨୬ ରନ୍‌ କରି ଦଳ ଚିତପଟାଙ୍ଗ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଛି ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ବେଣ୍ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ୍ ହରାଇ ୧୬୪ ରନ ସଂଗ୍ରହ କରିଥିଲା ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମାତ୍ର ୩୪ ବଲରୁ ୫ ଚୌକା ଏବଂ ୨ଟି ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ଓପନର୍‌ ପୃଥ୍ବୀ ସ’ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଇଂନିସର ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ ପୃଥ୍ବୀ । ଅପରପକ୍ଷେ ଅଧିନାୟକ ଶିଖର ଧାଓ୍ବନ ଦମଦାର ବ୍ୟାଟିଂ କରି ୩୬ ବଲରେ ୪ ଚୌକା ଏବଂ ଗୋଟି ଛକା ସହାୟତାରେ ୪୬ ରନ କରି ଆଉଟ ହୋଇଥିଲେ । ସେହିଭଳି ସଞ୍ଜୁ ସାମସନ ୨୦ ବଲରୁ ୨୭ ହାର୍ଦ୍ଧିକ ପାଣ୍ଡ୍ୟା ୧୨ ବଲରୁ ୧୦ ରନ କରି ଆଉଟ ହୋଇଥିଲେ । ଇଶାନ କିଶନ ୨୦ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୩ ରନ କରି ଅପରାଜିତ ଥିଲେ ।

   Related Posts