କ୍ରିକେଟ୍ ୱାର୍ଲଡ କପ୍-୨୦୧୯ : ଏଞ୍ଜେଲୋ ମେଥ୍ୟୁସ୍ ଙ୍କ ବିଶାଳ ଶତକ, ଭାରତକୁ ୨୬୫ ରନର ବିଜୟ ଲକ୍ଷ ଦେଲା ଶ୍ରୀଲଙ୍କା
6/07/2019 at 6:43 PM

ଲିଡସ୍ : ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ରେ ଶନିବାର ଅନୁଷ୍ଠିତ ମ୍ୟାଚ୍ ରେ ଶ୍ରୀଲଙ୍କା ୭ ୱିକେଟ୍ ହରାଇ କରିଛି ୨୬୪ ରନ୍। ଏଞ୍ଜେଲୋ ମେଥ୍ୟୁସ୍ ଙ୍କ ୧୧୩ ଓ ଥିରିମାନେଙ୍କ ୫୩ ରନ୍ ବଳରେ ଏହି ସ୍କୋର କରିଥିବା ବେଳେ ଭାରତ ପାଇଁ ୨୬୫ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଛି ଶ୍ରୀଲଙ୍କା। ଇଂଲଣ୍ଡ ଲିଡସ୍ ରେ ଅନୁଷ୍ଠିତ ମ୍ୟାଚ୍ ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ତେବେ ପ୍ରଥମରୁ ଟିମ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହେବା ବେଳେ ୫ମ ଡାଉନରେ ଆସିଥିବା ଏଞ୍ଜେଲୋ ମେଥ୍ୟୁସ୍ ଟିମକୁ ମଜଭୁତ କରିଥିଲେ। ମାଥ୍ୟୁସ୍ ଙ୍କ ୧୧୩ ଓ ଥିରିମାନେଙ୍କ ୫୩ ରନ ବଳରେ ଟିମ୍ ୨୬୪ ରନରେ ପହଞ୍ଚିଛି। ଟିମ ଇଣ୍ଡିଆ ବୋଲର ଯଶପ୍ରୀତ ବୁମରାହଙ୍କୁ ୩ଟି ୱିକେଟ୍ ମିଳିଥିବା ବେଳେ ପାଣ୍ଡ୍ୟା-୨, ଜାଡେଜା-୧ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।