Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତ-ଶ୍ରୀଲଙ୍କା ଟ୍ବେଣ୍ଟି ଟ୍ବେଣ୍ଟି : ଶ୍ରୀଲଙ୍କାକୁ ୧୬୫ ରନର ବିଜୟ ଲକ୍ଷ ଦେଲା ଟିମ ଇଣ୍ଡିଆ, ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇଂନିସ୍

25/07/2021 at 9:44 PM

କଲମ୍ବୋ ୨୫/୦୭ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ବେଣ୍ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ୍ ହରାଇ ୧୬୪ ରନ ସଂଗ୍ରହ କରିଛି ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୩୪ ବଲରୁ ୫ ଚୌକା ଏବଂ ୨ଟି ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଛନ୍ତି ।

ଭାରତ ପକ୍ଷରୁ ଓପନର୍‌ ପୃଥ୍ବୀ ସ’ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଇଂନିସର ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ ପୃଥ୍ବୀ । ଅପରପକ୍ଷେ ଅଧିନାୟକ ଶିଖର ଧାଓ୍ବନ ଦମଦାର ବ୍ୟାଟିଂ କରି ୩୬ ବଲରେ ୪ ଚୌକା ଏବଂ ଗୋଟି ଛକା ସହାୟତାରେ ୪୬ ରନ କରି ଆଉଟ ହୋଇଛନ୍ତି । ସେହିଭଳିୁ ସଞ୍ଜୁ ସାମସନ ୨୦ ବଲରୁ ୨୭ ହାର୍ଦ୍ଧିକ ପାଣ୍ଡ୍ୟା ୧୨ ବଲରୁ ୧୦ ରନ କରି ଆଉଟ ହୋଇଛନ୍ତି । ଇଶାନ କିଶନ ୨୦ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୩ ରନ କରି ଅପରାଜିତ ଅଛନ୍ତି ।

ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମିରା ୪ ଓଭରରେ ୨୪ ରନ ଦେଇ ୨ ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି ଆକିଲା ଧନଞ୍ଜୟ ୩ ଓଭରରେ ୪୦ରନ, ଚାମିକା କରୁଣାରତ୍ନେ ୪ ଓଭରରେ ୩୪ ରନ ଦେଇ ୧ ଓ୍ବିକେଟ, ଇସୁରୁ ଉଦାନା ୪ ଓଭରରେ ୩୨ ରନ, ଓ୍ବାନିନ୍ଦୁ ହାସାରଙ୍ଗା ୪ ଓଭରରେ ୨୮ ରନ ୨ ଓ୍ବିକେଟ୍, ଦାସୁନ  ସନାକା ୧ ଓଭରରେ ୪ ରନ ବ୍ୟୟ କରିଛନ୍ତି ।

   Related Posts