ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦:  ସୁପର ୧୨ରେ ଶ୍ରୀଲଙ୍କା । ଟି୨୦ ବିଶ୍ୱକପ ଯୋଗ୍ୟତାପ୍ରାପ୍ତ ପାଇଁ  ଗ୍ରୁପ୍-ଏର ମୁକାବିଲାରେ ଆୟରଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ବାନିନ୍ଦୁ ହସାରଙ୍ଗା ଡି ସିଲଭା ଓ ପାଥୁମ ନିସାଙ୍କାଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଦଳ ବିଜୟୀ ହୋଇଛି ।

ମୁକାବିଲାରେ ଶ୍ରୀଲଙ୍କା ଖରାପ ଆରମ୍ଭ କରିଥିଲା । କିନ୍ତୁ ବାନିନ୍ଦୁ ହସାରଙ୍ଗା ଓ ନିସାଙ୍କା ଚତୁର୍ଥ ଓ୍ୱିକେଟ୍ ପାଇଁ ୧୨୩ ରନର ପାର୍ଟନରସିପ୍ କରିଥିଲେ । ଫଳରେ ଦଳ ୭ ଓ୍ୱିକେଟ୍ ବିନିମୟରେ ୧୭୧ ରନ୍ କରିପାରିଥିଲା । ଜବାବରେ ଆୟରଲ୍ୟାଣ୍ଡ ମାତ୍ର ୧୮.୩ ଓଭରରେ ୧୦୧ ରନ୍ କରିପାରିଥିଲା । ଦଳ ଲଗାତର ଭାବେ ଓ୍ୱିକେଟ୍ ହରାଇବା କାରଣରୁ ଲକ୍ଷ୍ୟ ଚେଜ୍ କରିପାରିନଥିଲା ।

wp:html /wp:html

ଆୟରଲ୍ୟାଣ୍ଡର ଜୋଶ ଲିଟିଲ୍ ସବୁଠାରୁ ଭଲ ବୋଲିଂ କରିଥିଲେ । ସେ ୪ ଓଭରରେ ୨୩ ରନ ଦେଇ ୪ ଓ୍ୱିକେଟ୍ ହାସଲ କରିଥିଲେ । ସେହିପରି ମାର୍କ ଏଡିୟର ଓ ପଲ ଷ୍ଟରଲିଂ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ତେବେ ଆୟରଲ୍ୟାଣ୍ଡରୁ ସୁପର-୧୨ରେ ପ୍ରବେଶ କରିବାକୁ ହେଲେ ନାମିବିୟା ବିପକ୍ଷ ତୃତୀୟ ମୁକାବିଲା ଜିତିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.