Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମ୍ୟାଚ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଶ୍ରୀଲଙ୍କାର ଏହି କ୍ରିକେଟର, ଧୋନୀ ଓ ଯୁବରାଜଙ୍କୁ କରିଥିଲେ ଆଉଟ୍

29/01/2021 at 10:29 AM

ନୂଆଦିଲ୍ଲୀ,୨୯/୦୧ : ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଦିଲହାରା ଲୋକୁହେଟିଗେ୍ ମ୍ୟାଚ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଦିନ ତାଙ୍କୁ ମାମଲାର ତଦନ୍ତ କରୁଥିବା କମିଟି ଆଇସିସି ଦୁର୍ନୀତି ନିରୋଧ ସହିଂତା ଆଧାରରେ ଦୋଷୀ ସାବ୍ୟସ୍ତ କରିଛି ।  ତାଙ୍କ ବିରୋଧରେ ଆଇସିସିର ଦୁର୍ନୀତି ନିବାରଣ ସଂସ୍ଥା ୨୦୧୭ରେ ୟୁଏଇରେ ଖେଳାଯାଇଥିବା ଟି୨୦ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଦଳ ସାମିଲ ଥିଲା ।

ଦିଲହାରାଙ୍କ ବିରୋଧରେ ୟୁଏଇ କ୍ରିକେଟ ବୋର୍ଡ ତିନୋଟି ନିୟମର ଉଲଙ୍ଘନ କରିଥିବା ଅଭିଯୋଗ କରିଥିଲା । ଶ୍ରୀଲଙ୍କା ପାଇଁ ୯ଟି ଦିନିକିଆ ଓ ଦୁଇଟି ଟି୨୦ ଖେଳିଥିବା ଏହି ଖେଳାଳିଙ୍କୁ ସମସ୍ତ ଅଭିଯୋଗ ଆଧାରରେ ଆଇସିସିର ଦୁର୍ନୀତି ନିରୋଧି ସଂସ୍ଥା ଦୋଷୀ ସାବ୍ୟସ୍ତ କରିଥିଲା । ଏବେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଏହା କେତେଦିନ ଯାଏଁ ଲାଗୁ ହେବ ତାହା ପରେ ଜଣାପଡିବ । ସେ ଆଇସିସି ଅନୁଚ୍ଛେଦ ୨.୧.୧, ୨.୧.୪, ୨.୪.୪ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦିଲହାରା ୨୦୦୫ରେ ଭାରତ ବିପକ୍ଷରେ ପଦାର୍ପଣ କରିଥିଲେ । ସେ ନିଜର ପ୍ରଥମ ମ୍ୟାଚରେ ହିଁ ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉଟ୍ କରିଥିଲେ । ଏହି ମ୍ୟାଚକୁ ଶ୍ରୀଲଙ୍କା ତିନୋଟି ଓ୍ୱିକେଟରେ ଜିତି ନେଇଥିଲା ।

   Related Posts