Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କ୍ରିକେଟ ଇତିହାସରେ ପ୍ରଥମ: ପିପିଇ କିଟ୍‌ ପିନ୍ଧି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଲେ ଶ୍ରୀଲଙ୍କା କୋଚ୍‌, ଦେଖନ୍ତୁ ଭିଡିଓ

14/07/2021 at 7:48 PM

ନୂଆଦିଲ୍ଳୀ ୧୪/୦୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍‌ ୧୮ ଜୁଲାଇରୁ ଆରମ୍ଭ ହେବ । ଶ୍ରୀଲଙ୍କା ଟିମ୍‌ ଇଂଲଣ୍ଡରୁ ଫେରି କ୍ବାରେଣ୍ଟାଇନ୍‌ରେ ଥିଲା । ଏବେ ପୃଥକବାସ ସରିବା ପରେ ଟିମ୍‌ ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଛି । କିନ୍ତୁ ଟିମ୍‌ ଉପରେ କରୋନା ଭୂତାଣୁ ସଂକ୍ରମଣ ଭୟ ଲାଗିରହିଛି। ଇଂଲଣ୍ଡ ଗସ୍ତରୁ ଫେରିବା ପରେ ଟିମ୍‌ର ବ୍ୟାଟିଂ କୋଚ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ଏବେ ଶ୍ରୀଲଙ୍କାନ୍‌ କୋଚ୍‌ ପିପିଇ କିଟ୍‌, ମାସ୍କ ଏବଂ ଗ୍ଲୋଭ୍‌ ପିନ୍ଧି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । କ୍ରିକେଟ ମୈଦାନରେ ଏମିତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଅଭ୍ୟାସ ସମୟର ଭିଡିଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ୟୁଟ୍ୟୁବରେ ସେୟାର କରାଯାଇଛି। ଭିଡିଓରେ କୋଚ୍‌ ଏବଂ ଷ୍ଟାଫ୍‌ ପିପିଇ କିଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

ଶ୍ରୀଲଙ୍କା ଟିମ୍‌ରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭାରତ-ଶ୍ରୀଲଙ୍କା ସିରିଜ୍‌ ୫ ଦିନ ଘୁଞ୍ଚାଇ ଦିଆଯାଇଥିଲା। ପୂର୍ବରୁ ସିରିଜ୍‌ ୧୩ ଜୁଲାଇରୁ ଆରମ୍ଭ ହେବାର ଥିଲା। ଶିଖର ଧଓ୍ବନଙ୍କ ନେତୃତ୍ବରେ ଭାରତୀୟ ଟମ୍‌ ତିନି ମ୍ୟାଚ୍‌ର ଓ୍ବାନଡେ ସିରିଜ୍‌ ଶ୍ରୀଲଙ୍କା ସହ ପ୍ରଥମ ଖେଳିବ । ପ୍ରଥମେ ଦିନିକିଆ ମ୍ୟାଚ୍‌ ୧୮ ଜୁଲାଇରୁ ଆରମ୍ଭ ହେବ।

ଏହା ପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୫ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ସେପଟେ ଶ୍ରୀଲାଙ୍କା ଟିମ୍‌ର କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୁସକିଲ୍‌ରେ ପଡ଼ିଛନ୍ତି। ତାଙ୍କ ବିରୋଧରେ କୋଭିଡ୍‌ ପ୍ରୋଟୋକଲ୍‌ ଭାଙ୍ଗିଛନ୍ତି କି ନାହିଁ ସେନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି ।

   Related Posts