Wednesday, March 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀକାନ୍ତ-ନିରଞ୍ଜନ କଳିରେ ମଧ୍ୟସ୍ଥି ସାଜିଛନ୍ତି ସୁର, ନିରଞ୍ଜନଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ବଦ୍ଧପରିକର ଶ୍ରୀକାନ୍ତ-କହୁଛନ୍ତି ଯାହା ତାହା

ଭୁବନେଶ୍ବର୧୩|୧୨: କଣ କରିବେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତଜେନା । ଦଳରୁ ଆଗୁଆ ଇସ୍ତଫା ଦେବେ ନା ଦଳ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଅପେକ୍ଷା କରିବେ ।କଂଗ୍ରେସ ଭିତରେ ଶ୍ରୀକାନ୍ତ ଓ ନିରଞ୍ଜନଙ୍କ ମଧ୍ୟରେ ଚାଲିଥିବା ମୁଷ୍ଟିଯୁଦ୍ଧର ଶେଷ ପରିଣାମ କଣତାକୁନେଇ ଏବେ କଂଗ୍ରେସରେ ଝଡ । କିନ୍ତୁ କେହି ପଛକୁ ଫେରିବା ମୁଡ୍ ରେ ନାହାଁନ୍ତି । ଯାହା ଲାଗୁଛିଶ୍ତୀକାନ୍ତ ଦଳ ଛାଡନ୍ତୁ ଅବା ଦଳ ତାଙ୍କୁ ବିଦାକରୁ ତା ଆଗରୁ ନିରଞ୍ଜନଙ୍କୁ କିଭଳି ପଲିଟିକାଲି ଡ୍ୟାମେଜ୍କରିଦିଆଯିବ ସେଇ ଯୋଜନାରେ ଲାଗି ପଡିଛନ୍ତି ଶ୍ରୀକାନ୍ତ । ଖଣି ଚୋର ଠାରୁ ଅଭ୍ୟାସଗତ ଲାଞ୍ଚଦାତାପର୍ଯ୍ୟନ୍ତ ଯେତେ ଟ୍ୟାଗ୍ ଅଛି ସବୁ ନିରଞ୍ଜନଙ୍କ ଦେହରେ ଲଗାଇ ନିର୍ବାଚନ ଆଗରୁ ନିରଞ୍ଜନ ଜଣେ ସ୍ବଛଚେହେରାର ରାଜନେତା ନୁହଁନ୍ତି ବୋଲି ଥାପା ଲଗାଇବାକୁ ଉଦ୍ୟମ କରୁଛନ୍ତି ଶ୍ରୀଉଡ୍ ଶ୍ରୀକାନ୍ତ । ସେଇଥିପାଇଂଶ୍ରୀକାନ୍ତଙ୍କ ବିରୋଧରେ ନିରଞ୍ଜନଙ୍କ ଗୋଷ୍ଠି କାର୍ଯ୍ୟାନୁଷ୍ଠାନ ପାଇଁ ରଣ ହୁଙ୍କାର ଛାଡିଲେଣି।

ଶ୍ରୀକାନ୍ତଙ୍କୁ ଦଳରୁ ବିଦା କରିବାକୁ ନିରଞ୍ଜନଙ୍କ ସମର୍ଥିତ ଏକ ବଡଗୋଷ୍ଠି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି । ଓଡିଶା ପ୍ରଭାରୀ ଥିବା ଜିତେନ୍ଦ୍ର ସିଂ ମଧ୍ୟଶ୍ରୀକାନ୍ତଙ୍କ ବିରୋଧରେ କେନ୍ଦ୍ର ନେତୃତ୍ବକୁ ଲେଖିସାରିଛନ୍ତି । ତେଣୁ ଶ୍ରୀକାନ୍ତ ଦଳ ନଛାଡିଲେବି ତାଙ୍କୁ ଦଳରୁ ବିଦା କରିଦିଆଯିବ ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠି କହିବୁଲୁଛନ୍ତି । ଅନ୍ୟପଟେକଂଗ୍ରେସ ଏବେ ୩ ରାଜ୍ୟରେ ବିଜେପିକୁ ହରାଇ କ୍ଷମତା ଦଖଲ କରିଥିବାରୁ ଏତିକିବେଳେ ନିରଞ୍ଜନ ଓ ଶ୍ରୀକାନ୍ତଙ୍କକଳି ଦଳ ପାଇଁ ଶୁଭ ସଂଙ୍କେତ ଦେଉନି ବୋଲି ଆଉ ଗୋଟିଏ ଗୋଷ୍ଠିଙ୍କ ମତ । ତେଣୁ ନିରଞ୍ଜନ ଓ ଶ୍ରୀକାନ୍ତଙ୍କକଳିର ସମାଧାନ ରାସ୍ତା ବାହାର କରିବାକୁ ସୁର ରାଉତରାୟଙ୍କ ଭଳି କିଛି ନେତା ପ୍ରୟାସ ଆରମ୍ଭ କରିଛନ୍ତି।

ଶ୍ରୀକାନ୍ତ ଓ ନିରଞ୍ଜନଙ୍କ କଳି କଂଗ୍ରେସ ପାଇଂ ଆଗକୁ କାଳ ହୋଇପାରେ । ଯେତେ ଜଲଦି ଏହି ଦୁଇ ନେତାଙ୍କ କଳି ଛିଣ୍ଡିବ ସେତେ ଜଲଦି କଂଗ୍ରେସ ଲୋକଙ୍କ ପାଖକୁ ଯିବ । ନହେଲେ ଦଳ ସଜାଡୁ ସଜାଡୁ ନିର୍ବାଚନ ସରିଯାଇଥିବ ।

489 Views

   ସମ୍ବନ୍ଧିତ ଖବର