ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜାଣନ୍ତୁ କାହିଁକି…

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬/୧୧ : ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନ ଓ ଅସନ୍ତୋଷ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଲେଖାଯାଇଛି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ମାନଙ୍କର ଅସନ୍ତୋଷ ପ୍ରତିଦିନ ବ୍ୟାପକ ହେବାରେ ଲାଗିଛି । ରାଜ୍ୟର କୃଷକ ମାନଙ୍କର ସମସ୍ୟା ଅନେକ । ସହସହ ଚାଷୀ ଋଣ ସୁଝି ନପାରି ଆତ୍ମହତ୍ୟା କରୁଛନ୍ତି । ପାଣି ଚାଷ ଜମିକୁ ମିଳୁନାହିଁ । କିନ୍ତୁ ଶିଳ୍ପକୁ ପାଣି ଦିଆଯାଉଛି । ଅସୁବିଧାରେ ଥିବା ରାଜ୍ୟରେ ଚାଷୀ ଦୁଇ ତିନୋଟି ମୁଖ୍ୟ ଦାବି କରିଆସୁଛି । ସେଗୁଡ଼ିକ ହେଲା ସ୍ବାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି କରିବା, କୃଷିଋଣ ଛାଡ଼ ଓ ପେନସନ୍ । କେନ୍ଦ ସରକାର ସାହାଯ୍ୟ ନକଲେ ମଧ୍ୟ ରାଜ୍ୟ ସରକାର ଏସବୁ ଦାବି ପୂରଣ କରିବାରେ କ’ଣ ଅସୁବିଧା ଅଛି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି । କୃଷିଋଣ ଛାଡ଼ କରିବା ଓ କୃଷକମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ୍ ଦେବା କାମ ଆପଣ କରିପାରିବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି । ଖଣିଚୋର ମାନଙ୍କର ୫୦ ହଜାର କୋଟି ଟଙ୍କା ଛାଡ଼ କଲେ । ଅଥଚ ଲକ୍ଷ ଲକ୍ଷ ଚାଷୀଙ୍କର ମାତ୍ର ୧୫ ହଜାର କୋଟି ଟଙ୍କା ଋଣ ଛାଡ଼ କରିବାରେ ଅସୁବିଧା କୋଉଠି ବୋଲି ସେ ଚିଠିରେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ମନ୍ତ୍ରୀସଭା ବସାଇ ଅଧଘଣ୍ଟା ଭିତରେ ଖଣିଚୋରଙ୍କ ହଜାର ହଜାର କୋଟି ଟଙ୍କା ଛାଡ଼ିଦେଲେ । ହେଲେ କୃଷକମାନଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନର ନାଟକ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.