କଂଗ୍ରେସରୁ ବହିଷ୍କାର ପରେ ରାହୁଲଙ୍କ ଉପରେ ବର୍ଷିଛନ୍ତି ଶ୍ରୀକାନ୍ତ : ପଟ୍ଟନାୟକ ପରିବାରକୁ ଧୂଳି ଚଟାଇବେ ବୋଲି କହିଲେ ଶ୍ରୀକାନ୍ତ, "୨୫ ତାରିଖରେ ରାହୁଲଙ୍କୁ ନେଇ ଆଉ ଏକ ବଡ ଖୁଲାସା ହେବ"

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : କଂଗ୍ରେସରୁ ବହିସ୍କୃତ ହୋଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ଚନ୍ଦ୍ର ସଗରିଆ | ବହିସ୍କୃତ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଶ୍ରୀକାନ୍ତ | ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀକାନ୍ତ | ବହିସ୍କୃତ ପରେ କଂଗ୍ରେସ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଶ୍ରୀକାନ୍ତ |

ଶ୍ରୀକାନ୍ତ ପୂର୍ବରୁ ରାହୁଲଙ୍କୁ ଚିଠି ଲେଖିଥିଲେ ଯେ, ସେ ଓଡିଶାର ଖଣି ମାଫିଆଙ୍କ ସାଥ ଦେବେ ନା ଓଡିଶାର ଗରିବଙ୍କ ସାଥ ଦେବେ | ତେବେ ରାହୁଲ ନିଷ୍ପତ୍ତି ନେଇଥିଲେ ଯେ, ସେ ପଟ୍ଟନାୟକ ବ୍ରଦର୍ସଙ୍କ ସହ ରହିବେ, ଖଣି ମାଫିଆଙ୍କ ସାଥ ଦେବେ ବୋଲି କହିଛନ୍ତି ଶ୍ରୀକାନ୍ତ | ରାହୁଲ ଖଣି ମାଫିଆଙ୍କ ଆଗରେ ମୁଣ୍ଡ ନୁଆଇଁ ମାଫିଆଙ୍କ ସହ ନିଜକୁ ସାମିଲ କରିଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି | ରାହୁଲ ନବୀନ ପଟ୍ଟନାୟକଙ୍କ ସହ ରହିବେ ବୋଲି କହିଥିବା ଶ୍ରୀକାନ୍ତ କହିଛନ୍ତି | ଶ୍ରୀକାନ୍ତ ରାହୁଲଙ୍କ ପାଖରେ ଦୁଇ ତିନିଟି ପ୍ରସ୍ତାବ ରଖିଥିଲେ | ତାଙ୍କର ପ୍ରଥମ ପ୍ରସ୍ତାବ ହେଲା, ଓଡିଶାରେ ଯଦି କଂଗ୍ରେସ ସରକାର ଅସିଥାନ୍ତା, ଦଳିତ ଆଦିବାସୀ ପଛୁଆ ବର୍ଗରୁ ଜଣକୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦିଆଯାଉ | ଦ୍ୱିତୀୟରେ , ଖଣି ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଉ, ସେମାନଙ୍କୁ ଜେଲ ପଠାଯାଉ | ତୃତୀୟରେ , ଭାରତ ବର୍ଷର ସବୁ ରାଜ୍ୟରେ ମଣ୍ଡଳ କମିଶନ ଇମ୍ପ୍ଲିମେଣ୍ଟ ହେଲାବେଳେ, ଓଡିଶା ରାଜ୍ୟରେ ତାହା ହୋଇପାରିନାହିଁ, ତାକୁ ଇମ୍ପ୍ଲିମେଣ୍ଟ କରାଯାଉ | ତେବେ ଓଡିଶାରେ କେବଳ ପଟ୍ଟନାୟକଙ୍କ ଶାସନ ରହିବ ବୋଲି ରାହୁଲ ନିଷ୍ପତ୍ତି ଗ୍ରହଣ କରିଛନ୍ତି | ସେଥିପାଇଁ ସେ ଗତକାଲି ତାଙ୍କ ମହାମେଣ୍ଟର ଘୋଷଣା କରିଥିଲେ | ଏହି ମହାମେଣ୍ଟ ରାହୁଲ ଗାନ୍ଧୀ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିଲା ବୋଲି କହିଛନ୍ତି ଶ୍ରୀକାନ୍ତ |


ସେ ଆହୁରି କହିଛନ୍ତି ଯେ, ଯେଉଁ କଂଗ୍ରେସ ଦଳ ଗାନ୍ଧୀ, ନେହରୁ ଏବଂ ଆମ୍ବେଦକରଙ୍କ ଆଦର୍ଶରେ, ଗୋପବନ୍ଧୁଙ୍କ ଆଦର୍ଶରେ ଓଡିଶାରେ ପ୍ରତିଷ୍ଠିତ ହୋଇଥିଲା, ସେହି କଂଗ୍ରେସର ନେତୃତ୍ୱ ନେଇଥିଲେ ଜଣେ ଲାଞ୍ଚୁଆ ନେତା | ସେହି ନେତାଙ୍କୁ ଓଡିଶା ହାଇକୋର୍ଟ ଲାଞ୍ଚ ଦେଇଥିବା ଅଫିଡେଭିତ କଲାପରେ, ତାଙ୍କୁ କହିଥିଲେ ଯେ, ସେ ଜଣେ ଅଭ୍ୟାସଗତ ଲାଞ୍ଚୁଆ ନେତା | ଏମିତି ଏକ ନେତାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ଦାୟିତ୍ୱରେ ରହିଲେ | ନବୀନ ପଟ୍ଟନାୟକ ଖଣି ମାଫିଆମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଲୁଟ ପାଇଁ ସୁଯୋଗ ଦେଇଥିଲେ, ତାଙ୍କ ସହ ହାତ ମିଶାଇଥିଲେ, ତାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ |


ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଆଗରେ ଭ୍ରଷ୍ଟାଚାର ବିରୋଧରେ, ଦୁର୍ନୀତି ବିରୋଧରେ ହୋଇଥିବା ମହାମେଣ୍ଟକୁ ଲୋକଲୋଚନକୁ ଆଣିବେ | ଓଡିଶା ପଟ୍ଟନାୟକ ଶାସନକୁ ଧ୍ବଂସ କରିବା ପାଇଁ ସେ ପ୍ରତିଜ୍ଞା କରିଛନ୍ତି ବୋଲି କହିଛନ୍ତି | ଓଡିଶାର ପ୍ରତି କୋଣେ ଅନୁକୋଣେ ବୁଲି ବୁଲି ସେ ଖଣି ମାଫିଆରେ ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି | କଂଗ୍ରେସ ନେତାମାନେ କିଭଳି ଓଡିଶାକୁ ଲୁଟିଛନ୍ତି ତାର ଚିତ୍ର ଓଡ଼ିଶାବାସୀଙ୍କ ନିକଟରେ ରଖିବେ ବୋଲି କହିଛନ୍ତି ଶ୍ରୀକାନ୍ତ | ରାହୁଲ ଗାନ୍ଧୀ ଦିଲ୍ଲୀରେ ଭ୍ରଷ୍ଟାଚାର ବିରୋଧରେ ଯାହା କହୁଛନ୍ତି, ସେ ଓଡିଶାର ଖଣି ମାଫିଆଙ୍କ ଆଗରେ ଆତ୍ମସମର୍ପଣ କରିଥିବା କାହାଣୀ ମଧ୍ୟ କହିବେ ନୋଳି ଶ୍ରୀକାନ୍ତ କହିଛନ୍ତି | ଓଡିଶା କଂଗ୍ରେସ ଦଳରେ ଥିବା ନେତାଙ୍କୁ ସେ ଏକ ପରାମର୍ଶ ଦେଇଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ନିରଞ୍ଜନ ପଟ୍ଟନାୟକ ଜିନ୍ଦାବାଦ, ସୌମ୍ୟ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦିଅନ୍ତୁ | ଏମାନେ ଗତ ୪୦ ବର୍ଷ ହେଲା ଓଡିଶାର ଅନ୍ତ ବୁଜୁଳାକୁ ବାହାର କରିଦେଇଛନ୍ତି ବୋଲି କହିଛନ୍ତି ଶ୍ରୀକାନ୍ତ |

ଓଡିଶାର ୪୦ ଲକ୍ଷ ଯୁବକ ବେକାର ହୋଇ ବୁଲୁଛନ୍ତି, ଓଡିଶାର ଚାଷୀ ଆତ୍ମହତ୍ୟା କରୁଛନ୍ତି | ସେ ଆହୁରି କହିଛନ୍ତି ଯେ, ଲୋକେ ତାଙ୍କୁ ପଚାରୁଛନ୍ତି ଯେ, ତାଙ୍କୁ କାହିଁକି କଂଗ୍ରେସ ଦଳରୁ ବହିଷ୍କାର କରାଗଲା | ଜବାବରେ ସେ କହିଥିଲେ ଯେ, କଂଗ୍ରେସ ଦଳରେ ରହିବା ପାଇଁ ଯେଉଁ ଯୋଗ୍ୟତା ଦରକାର ସେ ଯୋଗ୍ୟତା ହୁଏତ ତାଙ୍କର ନାହିଁ | ସେ ଯୋଗ୍ୟତା ହେଉଛି ଖଣି ଚୋରି, ଲୁଟ, ରାଜନୀତି କରି ସମ୍ପତ୍ତି ବଢାଇବା, ଏବଂ ସେହି ସମ୍ପତ୍ତିର କିଛି ଅଂଶ ଖର୍ଚ୍ଚ କରି ରାଜନୀତିକୁ ନିଜ ହାତ ମୁଠାରେ ରଖିବା | ଦୀର୍ଘ ୪୦ ବର୍ଷରେ ରାଜନୀତିରେ ତାଙ୍କ ବିରୋଧରେ କେବେ ଦୁର୍ନୀତି ଅଭିଯୋଗ ହୋଇନାହିଁ ବୋଲି ଯୁକ୍ତି ବାଢ଼ିଥିଲେ |


ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ବିରୋଧରେ କିଛି କହିବା ଦରକାର ନାହିଁ ବୋଲି କହିଛନ୍ତି ଶ୍ରୀକାନ୍ତ | ଏବେ ସିଧାସଳଖ ଲଢେଇ ରାହୁଲ ଗାନ୍ଧୀ ଏବଂ ନବୀନ ପଟ୍ଟନାୟକଙ୍କ ମହାମେଣ୍ଟ ବିରୋଧରେ ହେବା ବୋଲି ସେ ସୂଚନା ଦେଇଛନ୍ତି | ସେହି ସଂଗ୍ରାମକୁ ଓଡିଶାରେ ଆଗକୁ ନେବା ପାଇଁ ତାଙ୍କ ଉଦ୍ୟମ ଜାରି ରହିବା ବୋଲି ସେ କହିଛନ୍ତି | ତାଙ୍କର ଏହି ଉଦ୍ୟମରେ ସେ ଓଡ଼ିଶାବାସୀଙ୍କ ସହଯୋଗ ଲୋଡିଥିବା କହିଛନ୍ତି |


ସେ ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ୨୫ ତାରିଖରେ ଭୁବନେଶ୍ୱର ଆସୁଛନ୍ତି | ତେବେ ୨୫ ତାରିଖରେ ଆଉ ଏକ ଖୁଲାସା କରିବେ ବୋଲି କହିଛନ୍ତି ଶ୍ରୀକାନ୍ତ | ଖୁଲାସା ପରେ ରାହୁଲ ସମ୍ପୂର୍ଣ ଭାରତ ବର୍ଷକୁ ମୁହଁ ଦେଖାଇ ପାରିବେ ନାହିଁ ବୋଲି କହିଛନ୍ତି | ୨୫ ତାରିଖରେ ପ୍ରାତଃ କାଳରେ ପୁଣି ସେ ନିଜର ପ୍ରତିକ୍ରିୟା ରଖି ସମସ୍ତ ଟାହ୍ୟା ଦେବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.