ମଧ୍ୟପ୍ରଦେଶ, ଛତିଶଗଡ ଚାଷୀ ଉପକୃତ ହେଲେ, ଓଡିଶା ଚାଷୀ କାହିଁକି ନୁହେଁ ବୋଲି ପ୍ରଶ୍ନ କଲେ ଶ୍ରୀକାନ୍ତ

Published By : Prameya-News7 Bureau | December 18, 2018 IST

ଭୁବନେଶ୍ବର ୧୮|୧୨:  ଚାଷୀ ପ୍ରସଙ୍ଗକୁ ନେଇ ପ୍ରେସମିଟ୍ କରିଛନ୍ତି ଶ୍ରୀକାନ୍ତ ଜେନା । ରାଜ୍ୟ ସରକାର ତୁରନ୍ତ ସ୍ବତନ୍ତ୍ର କ୍ୟାବିନେଟ୍ ଡାକନ୍ତୁ ବୋଲି କହିଛନ୍ତି ଶ୍ରୀକାନ୍ତ । କୃଷି ଋଣ ଛାଡ ଓ ଏମ୍‌ଏସ୍‌ପିରେ ବୋନସ ନେଇ ଘୋଷଣା କରନ୍ତୁ ସରକାର । ଯଦି ମଧ୍ୟପ୍ରଦେଶ, ଛତିଶଗଡ ଚାଷୀ ଉପକୃତ ହେଲେ, ତାହେଲେ ଓଡିଶାର କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ସରକାର ଯଦି ନିଷ୍ପତ୍ତି ନେବାରେ ବିଳମ୍ବ କରିବେ, ତାହେଲେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ପାଣି ବିଲ୍ ଘୋଟାଲାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀକାନ୍ତ ଜେନା । ଏହା ରାଜ୍ୟ ପାଇଁ ବଡ ଦୁର୍ନୀତି ବୋଲି ସେ କହିଛନ୍ତି। ସରକାର ତୁରନ୍ତ ବାକି ରଖିଥିବା ଶିଳ୍ପ ସଂସ୍ଥାଗୁଡିକର ପାଣି କାଟନ୍ତୁ ବୋଲି କହିଛନ୍ତି ଶ୍ରୀକାନ୍ତ। ବାକି ଟଙ୍କା ଆଦାୟ ନେଇ ସରକାର ଦୃଢ ପଦକ୍ଷେପ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.