Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କଂଗ୍ରେସରୁ ଶ୍ରୀକାନ୍ତଙ୍କ ବହିଷ୍କାର ଆଶଙ୍କା ବଢ଼ିଲା : ଜିତେନ୍ଦ୍ର ସିଂହ କହିଲେ ଶ୍ରୀକାନ୍ତ କଂଗ୍ରେସର ପରିଚୟ ନୁହନ୍ତି

9/12/2018 at 6:39 PM

ନୂଆଦିଲ୍ଲୀ ୯/୧୨ : ଶ୍ରୀକାନ୍ତଙ୍କ ପରିଚୟ ହେଉଛି କଂଗ୍ରେସ | କିନ୍ତୁ କଂଗ୍ରେସର ପରିଚୟ ଶ୍ରୀକାନ୍ତ ନୁହନ୍ତି | ଜାତି, ବର୍ଣ, ଧର୍ମକୁ ନେଇ ମୁଖ୍ୟମନ୍ତ୍ରୀ ଚୟନ ହୁଏନି | ଶ୍ରୀକାନ୍ତ ଯାହା କହୁଛନ୍ତି ତାକୁ ଗଣମାଧ୍ୟମରେ ନକହି ଦଳୀୟ ଫୋରମରେ କୁହନ୍ତୁ | ଶ୍ରୀକାନ୍ତଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଶୃଙ୍ଖଳା କମିଟି ଅନୁଧ୍ୟାନ କରୁଛି | ସେ ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଦିଲ୍ଲୀ ଠାରେ ଗଣମାଧ୍ୟମକୁ କହିଛନ୍ତି |


ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନେଇ ଶ୍ରୀକାନ୍ତ ଜେନା ସମାନ୍ତରାଳ ସମାବେଶ କରୁଛନ୍ତି | କେବଳ ସେତିକି ନୁହେଁ ଦଳର ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ବିଭିନ୍ନ ସମୟରେ ସମାଲୋଚନା ଏବଂ କଟାକ୍ଷ କରି ଆସୁଛନ୍ତି | ଗତ ୬ ତାରିଖ ଦିନ କୋରାପୁଟର ପୂର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ, ଦଳୀୟ ନେତୃତ୍ୱଏଅ ନିର୍ଦେଶକୁ ଅବମାନନା କରି ଆୟୋଜନ କରିଥିବା ସମ୍ବିଧାନ ବଞ୍ଚାଓ ସମାବେଶରେ ଶ୍ରୀକାନ୍ତ ମଧ୍ୟ ଯୋଗ ଦେଇଥିଲେ | ଏହି ସମାବେଶରେ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଇଙ୍ଗିତ କରି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ | ୬ ତାରିଖ ଦିନ ହିଁ ସମାବେଶରେ ଶ୍ରୀକାନ୍ତ ଥିବାବେଳେ ତାଙ୍କୁ ଦଳର ଇସ୍ତାହାର କମିଟିରୁ ବହିଷ୍କାର କରାଯାଇଥିଲା | ତାଙ୍କ ସ୍ଥାନାରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା |


ଶ୍ରୀକାନ୍ତ ଓ ନିରଞ୍ଜନଙ୍କ ମଧ୍ୟରେ କଳି ଚାଲିଥିବାବେଳେ ଆଜି ଶ୍ରୀକାନ୍ତ ଜେନା ଏଆଇସିସିରେ ଫେରାଦ ହେବାପାଇଁ ଦିଲ୍ଲୀ ଯାଇଥିଲେ | ଦିଲ୍ଲୀରେ ପହଂଚିବା ପରେ ଶ୍ରୀକାନ୍ତ ଗଣମାଧ୍ୟମକୁ କହିଥିଲେ ଯେ, ଦଳର ବିଭିନ୍ନ ପଦ ପଦବୀରୁ ତାଙ୍କୁ ମୁକ୍ତ କରିବା ପାଇଁ ସେ ଏଆଇସିସିରେ କହିବା ପାଇଁ ଆସିଛନ୍ତି | ଅପରପକ୍ଷରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଶ୍ରୀକାନ୍ତଙ୍କ ସମ୍ପର୍କରେ ଗଣମାଧ୍ୟମ ଆଗରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି | ଶ୍ରୀକାନ୍ତଙ୍କ ବିରୋଧରେ ଆଗାମୀ ଦିନରେ ବଡ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜିତେନ୍ଦ୍ର ସିଂହଙ୍କ କଥାବାର୍ତ୍ତାରୁ ଜଣାପଡୁଛି |

   Related Posts