ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୂର ତିରୁପତି ମନ୍ଦିରରେ କରିବେ ବିବାହ!କାହିଁକି ଜାଣନ୍ତୁ...

Published By : Prameya-News7 Bureau | September 09, 2019 IST

ମୁମ୍ବାଇ୯|୯: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଓ ଫିଲ୍ମ ନିର୍ମାତା ବନି କାପୁରଙ୍କ ଝିଅ ଜାହ୍ନବୀ କପୂର ଗୁଞ୍ଜନ ସକ୍ସେନାଙ୍କ ବାୟୋପିକରେ ନଜର ଆସିବେ।

{"id":155481}

ଏହି ଫିଲ୍ମ ପାଇଁ ଜାହ୍ନବୀ କପୂରଙ୍କ ଲୁକ୍‌ ସାମ୍ନାକୁ ଆସି ସାରିଛି। ତାଙ୍କର ଏହି ଲୁକ୍ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏକ ସାକ୍ଷାତକାରରେ ଜାହ୍ନବୀଙ୍କ ବିବାହ ଓ ତାଙ୍କ ମାଆ ଶ୍ରୀଦେବୀଙ୍କ ସଂପର୍କରେ ପ୍ରଶ୍ନ କରାଯାଇଥିଲା।

wp:core-embed/instagram {"url":"https://www.instagram.com/p/B2L2geiJkDQ/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B2L2geiJkDQ/?utm_source=ig_web_copy_link
/wp:core-embed/instagram

ସୂଚନାଯୋଗ୍ୟ ଯେ, ବ୍ରାଇଡ୍‌ସ ଟୁଡେ ମ୍ୟାଗାଜିନର କଭର ପେଜ୍ ପାଇଁ ଜାହ୍ନବୀ ପ୍ରଥମଥର ପାଇଁ କନ୍ୟା ବେଷରେ ଫଟୋସୁଟ୍ କରିଛନ୍ତି।

{"id":155468}

ସେହି ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

{"id":155464,"width":591,"height":392}

ବ୍ରାଇଡସ୍‌ ଟୁଡେ ପାଇଁ ଜାହ୍ନବୀ କରିଥିବା ଫଟୋ ସୁଟ୍‌କୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି ପ୍ରଶ୍ନ କରାଯାଇଥିଲା।

{"id":155465}

ସେ କହିଥିଲେ, ଜାହ୍ନବୀ ପସନ୍ଦ କରୁଥିବା ପୁଅଙ୍କୁ ତାଙ୍କ ମାଆ ଶ୍ରୀଦେବୀ ପସନ୍ଦ କରନ୍ତି ନାହିଁ। ଜାହ୍ନବୀଙ୍କ ବାହାଘର ପାଇଁ ଶ୍ରୀଦେବୀ ନିଜେ ପୁଅ ପସନ୍ଦ କରିବା ପାଇଁ ଚାହୁଁଥିଲେ।

wp:core-embed/instagram {"url":"https://www.instagram.com/p/B2L2qIQJpeB/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B2L2qIQJpeB/?utm_source=ig_web_copy_link
/wp:core-embed/instagram

୨୦୧୮ ମସିହା ଫେବୃଆରି ମାସରେ ର୍ଦୁଘଟଣାରେ ଶ୍ରୀଦେବୀଙ୍କ ମତ୍ୟୁ ହୋଇଥିଲା। ତାଙ୍କ ମାଆଙ୍କ ସଂପର୍କରେ ଜାହ୍ନବୀଙ୍କୁ ପଚାରିବାରୁ ସେ  କହିଥିଲେ, ଜାହ୍ନବୀଙ୍କ ମାଆ ହେଉଛନ୍ତି ତାଙ୍କର ଆଇଡଲ୍ ପାର୍ଟନର। ଶ୍ରୀଦେବୀ ବହୁତ ପ୍ରତିଭାଶାଳୀ  ଥିଲେ । ଶ୍ରୀଦେବୀ ସର୍ବଦା ନିଜ କାମକୁ ନେଇ ବ୍ୟସ୍ଥଥାନ୍ତି ବୋଲି ଜାହ୍ନଭି କହିଛନ୍ତି। ଶ୍ରୀଦେବୀଙ୍କର ପାଖରେ ସେନ୍ସ ଅଫ୍‌ ହ୍ୟୁମର ଥିଲା। ତାଙ୍କଠାରୁ ଜାହ୍ନଭିଙ୍କୁ କିଛି ଶିଖିବାକୁ ମିଳିଛି।

{"id":155466,"width":580,"height":580}

ଜାହ୍ନଭିଙ୍କ ବିବାହକୁ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ସେ ଏମିତି ବିବାହ କରିବାକୁ ଚାହୁଁଛନ୍ତି ଯାହା ରିୟଲ ଓ ପର୍ସନାଲ ହେଇଥିବ। ଗ୍ରାଣ୍ଡ ଓ ଫ୍ୟାନ୍ସି ଜିନିଷର ଆବଶ୍ୟକ ତାଙ୍କର ନାହିଁ। ତାଙ୍କ ବାହାଘର ପାରମ୍ପରିକ ଓ ତିରୁପତି ମନ୍ଦିରରେ ହେବ ବୋଲି ଜାହ୍ନଭି କହିଛନ୍ତି।  ତିରୁପତି ମନ୍ଦିରରେ ଜାହ୍ନବୀଙ୍କ ବାହାଘର ହେଉ ବୋଲି ତାଙ୍କ ମାଆ ଶ୍ରୀଦେବୀଙ୍କ ଇଚ୍ଛା ଥିଲା।

{"id":155467}

ବାହାଘରରେ ସେ କାଞ୍ଜିଭରମ ଶାଢ଼ୀ ପିନ୍ଧିବେ ଏବଂ ବାହାଘର ପରେ ବହୁତ ସାଉଥ ଇଣ୍ଡିନ୍ସ ଖାଇବରେ ବଡ଼ ପାର୍ଟିର ଆୟୋଜନା କରାଯିବ ବୋଲି ଜାହ୍ନଭି ଶେଷରେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.