Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲୀଙ୍କ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ହେଲା ନିର୍ବନ୍ଧ : ‘ମମ୍’ରେ ହୋଇଥିଲେ ଶ୍ରୀଦେବୀଙ୍କ ଝିଅ

8/06/2019 at 3:09 PM

ମୁମ୍ବାଇ ୮/୬: ଫିଲ୍ମ ‘ମମ୍’ରେ ଶ୍ରୀଦେବୀଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲୀ ତାଙ୍କ ବୟଫ୍ରେଣ୍ଡ ଅହଦ ରଜା ମୀରଙ୍କ ସହ ନିର୍ବନ୍ଧ କରି ସାରିଛନ୍ତି। ୨୫ବର୍ଷ ବୟସ୍କା ସଜଲ ନିଜେ ଏହି ସୂଚନା ଇନଷ୍ଟାଗ୍ରାମ୍ ଜରିଆରେ ସେୟାର କରିଛନ୍ତି। ସେ ଲେଖିଛନ୍ତି,‘‘ନୂଆ ଆରମ୍ଭ। ଆମକୁ ଆଜି ଏହା ଘୋଷଣା କରିବାକୁ ଅତ୍ୟନ୍ତ ଖୁସି ଲାଗୁଛି ଯେ ଆମ ପରିବାରର ଆଶୀର୍ବାଦରେ ଆମେ ନିର୍ବନ୍ଧ କରି ସାରିଛୁ। ପରିବାର,ବନ୍ଧୁ ଏବଂ ଫ୍ୟାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇ ଆମ ଖାସ୍ ଦିନ ଆହୁରି ଖାସ୍ ହୋଇଯିବ।’’

ସଜଲ ଏବଂ ଅହଦଙ୍କ ପ୍ରଥମ ସାକ୍ଷାତ ‘ୟକିନ କା ସଫର’(୨୦୧୭) ଧାରାବାହିକ ଚାଲିଥିବାବେଳେ ହୋଇଥିଲା। ଏଥିରେ ସଜଲ ଡକ୍ଟର ଜୁବିୟାଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଅହଦ ଡକ୍ଟର ଅସଫନ୍ଦୟାରଙ୍କ ଭୂମିକାରେ ଅଭିନୟ କରିଥିଲେ। ୨୦୧୮ରେ ଉଭୟଙ୍କୁ ସର୍ବଶ୍ରେଷ୍ଠ ଲୋକପ୍ରିୟ ସ୍କ୍ରିନ୍ କପଲ୍ ପାଇଁ ହମ୍ ଆଓ୍ବାର୍ଡ଼ ମିଳିଥିଲା।

ସଜଲ ପାକିସ୍ତାନର ଲୋକପ୍ରିୟ ଟିଭି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଅନେକ ସୋଶିଆଲ ଏବଂ ରୋମାଣ୍ଟିକ୍ ଡ୍ରାମାରେ ନଜର ଆସିଛନ୍ତି।

   Related Posts