ରବିଶଙ୍କରଙ୍କ ଶରଣରେ ସିବିଆଇ ; ଆର୍ଟ ଅଫ୍ ଲିଭିଙ୍ଗ କର୍ମଶାଳାରେ ଯୋଗଦେଲେ ସିବିଆଇ ଅଧିକାରୀ

Published By : Prameya-News7 Bureau | November 10, 2018 IST

ନୂଆଦିଲ୍ଲୀ ୧୦|୧୧:  ବିବାଦରେ ଛନ୍ଦି ହୋଇପଡିଥିବା ସିବିଆଇ ଶ୍ରୀ ଶ୍ରୀ ରବିଶଙ୍କରଙ୍କର ଭରସାରେ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବେ ଏକ ନକରାତ୍ମକ  ସ୍ଥିତିରେ ଫସିଛି । ସ୍ଥିତି ସୁଧାରିବାକୁ ସରକାରଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିଥିବାବେଳେ ସକରାତ୍ମକ ପରିବେଶ ସୃଷ୍ଟି ପାଇଁ ସିବିଆଇ ଏବେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସରଣ ପଶିଛି । ଏଥିପାଇଁ ତିନିଦିନିଆ ଆର୍ଟ ଅଫ୍ ଲିଭିଙ୍ଗ କର୍ମଶାଳା ଆୟୋଜିତ କରାଯାଇଛି । ସକରାତ୍ମକ ମନୋଭାବ ବୃଦ୍ଧିକରି କର୍ମଚାରୀମାନଙ୍କ ସମ୍ପୂର୍ଣ୍ଣ ଦକ୍ଷତାକୁ କାମରେ ଲଗାଇବା ଉଦ୍ଦ୍ୟେଶ ରଖାଯାଇଛି । ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ କରି ଦାୟିତ୍ବରେ ଥିବା ନିର୍ଦ୍ଦେଶକ ପର୍ଯ୍ୟାନ୍ତ ପାହ୍ୟାର ଅଧିକାରୀମାନେ କର୍ମଶାଳାରେ ଯୋଗଦେଇଛନ୍ତି । ଦୁଇ ମୁଖ୍ୟ ଅଧିକାରୀଙ୍କ ମଧ୍ୟରେ ବିବାଦର ତଦନ୍ତ ଚାଲିଥିବା ବେଳେ ଏବେ ସିବିଆଇ ଆଧ୍ୟାତ୍ମିକ ମାର୍ଗ ସନ୍ଧାନ ଚର୍ଚ୍ଚାର ବିଷୟ ପାଲଟିଛି । ଏପଟେ କର୍ମଶାଳା ନେଇ କଂଗ୍ରେସ ପ୍ରଶ୍ନ ଉଠାଇ କହିଛି ଆର୍ଟ ଅଫ୍ ଲିଭିଙ୍ଗ ସମସ୍ତଙ୍କୁ ଜଣା । ସିବିଆଇ ପାଇଁ ରାଜନୈତିକ ଚାପ ବିନା ଆର୍ଟ ଅଫ୍ ଲିଭିଙ୍ଗ୍ ବେଶୀ ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.