ଦର୍ଶନ ପାଇଁ ଆଉ ଦୁଇ ବର୍ଷ, ୨୦୨୩ ଶେଷ ସୁଦ୍ଧା ସରିବ ଆଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

Published By : Prameya-News7 Bureau | August 04, 2021 IST

ନୂଆଦିଲ୍ଲୀ ୪/୦୮: ଅଯୋଧ୍ୟାରେ ତିଆରି ହେଉଥିବା ବିଶାଳ ଏବଂ ଭବ୍ୟ ରାମ ମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ। ୨୦୨୩ ବେଳକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ରାମ ମନ୍ଦିର। ଭାରତ ସମେତ ସାରା ବିଶ୍ବର ଭକ୍ତ ଶ୍ରୀରାମଙ୍କ ଦର୍ଶନ କରିପାରିବେ । ଏନେଇ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଏହା ପୂର୍ବରୁ ୨୦୨୩ ଶେଷ ସୁଦ୍ଧା ରାମ ମନ୍ଦିରର ମୁଖ୍ୟ ପରିସର ତିଆରି ଶେଷ ହୋଇଯିବ ଏବଂ ଏହା ପରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା। ରାମ ମନ୍ଦିର ଦାୟିତ୍ବରେ ଥିବା କିଛି ବ୍ୟକ୍ତି ଏନେଇ ବହୁ ବାର କହିସାରିଛନ୍ତି ଯେ, ଦୁଇ ବର୍ଷ ମଧ୍ୟରେ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଥିରୁ ଅନୁମାନ କରାଯାଇପାରେ, ଡିସେମ୍ବର ୨୦୨୩ ସୁଦ୍ଧା ଶ୍ରଦ୍ଧାଳୁ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ।

ଗୁରୁବାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବର୍ଷେ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଭର୍ଚୁଆଲି ସାମିଲ ହୋଇପାରନ୍ତି। ତେବେ ୧ ଅଷ୍ଟ ୨୦୨୦ରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.