କରୋନା ମୁକାବିଲା ପାଇଁ ଆଗେଇ ଆସିଲା 'ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର' ଟ୍ରଷ୍ଟ, ସ୍ଥାପନ କରିବ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ୍

Published By : Prameya-News7 Bureau | April 22, 2021 IST

ଅଯୋଧ୍ୟା ୨୨।୦୪: ଦେଶରେ ସଂପ୍ରତି କରୋନା ସ୍ଥିତି ଉଗବେଗଜନକ ରହିଛି। ଅକ୍ସିଜେନ୍ ଅଭାବରୁ ଅନେକ ରାଜ୍ୟର ହସ୍ପିଟାଲ ଜରୁରୀକାଳୀନ ସ୍ଥିତି ଦେଇ ଗତି କରୁଛନ୍ତି। ଏମିତି ଘଡିସନ୍ଧି ମୁହୂର୍ତ୍ତରେ 'ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର' ଟ୍ରଷ୍ଟ ଦେଶରେ କରୋନା ମୁକାବିଲା ଏବଂ ଅକ୍ସିଜେନ୍‌ ଅଭାବ ଦୂର କରିବା ପାଇଁ ଆଗେଇ ଆସିଛି। ଟ୍ରଷ୍ଟ ଅଯୋଧ୍ୟା ସ୍ଥିତ ଦଶରଥ ମେଡିକାଲ କଲେଜ୍‌ରେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଣ୍ଣୟ ନେଇଛି। ଦେଶରେ ଅକ୍ସିଜେନ୍ ଅଭାବକୁ ଦେଖି ଟ୍ରଷ୍ଟ ଏହି ବଡ ନିଷ୍ପତ୍ତି ନେଇଛି। ଏହି ଅକ୍ସିଜେନ୍‌ ପ୍ଲାଣ୍ଟକୁ ସ୍ଥାପିତ କରିବାରେ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

'ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର' ଟ୍ରଷ୍ଟର ଟ୍ରଷ୍ଟି ଡାକ୍ତର ଅନିଲ୍ ମିଶ୍ର ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ସଂପ୍ରତି ପୂରା ଦେଶ କରୋନାର ଦ୍ଵିତୀୟ ଲହରରେ ବେହାଲ। ଏମିତି ସଙ୍କଟଜନକ ସ୍ଥିତି ରାମ ମନ୍ଦିର ତରଫରୁ ଜନହିତ ଯୋଗଦାନ ଦିଆଯାଉଛି। ତେଣୁ ଟ୍ରଷ୍ଟ ଅଯୋଧ୍ୟା ଜିଲ୍ଲାରେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଣ୍ଣୟ ନେଇଛି। ଉଲ୍ଲେଖଯୋଗ୍ୟ, ରାମଲଲା  ଅସ୍ଥାୟୀ ମନ୍ଦିରରେ ଦର୍ଶନ-ପୂଜା ଉପରେ ପୂର୍ବରୁ ରୋକ୍ ଲଗାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଛି।

wp:html /wp:html

ସୂଚନାଯୋଗ୍ୟ, ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କରୁଛି। ମନ୍ଦିରର ନିର୍ମାଣ ପାଁ ଟ୍ରଷ୍ଟ ସମଗ୍ର ଦେଶରୁ ଚାନ୍ଦା ଏବଂ ଦାନ ଆଧାରରେ ୨୫୦୦ କୋଟି ଟଙ୍କାରୁ ଅଧିକ ସଂଗ୍ରହ ହୋଇଛି। ଏହି ଦାନ ଅର୍ଥରୁ ହିଁ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଦେଶରେ ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ଥିତି ସାଙ୍ଘାତିକ ଆଡକୁ ଗତି କରୁଛି। ବିଶେଷ କରି ଅକ୍ସିଜେନ୍ ଅଭାବରୁ ରାଜଧାନୀ ଦିଲ୍ଲୀରେ ସ୍ଥିତି ଭୟାବହ ରହିଛି। ଏମିତି ଅବସ୍ଥା ଅନେକ ରାଜ୍ୟରେ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.