ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୈଠକ ଶେଷ, ଭୂମି ପୂଜା ଲାଗି ନିଷ୍ପତ୍ତି ନେବେ PMO

Published By : Prameya-News7 Bureau | July 18, 2020 IST

ଅଯୋଧ୍ୟା ୧୮।୭: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଅଯୋଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ନିମନ୍ତେ ତିଥି ନିର୍ଦ୍ଧାରଣ ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏଥିଲାଗି ନିର୍ଦ୍ଧିଷ୍ଠ ତିଥି ନିର୍ଦ୍ଧାରିତ ହୋଇ ପାରିନଥିବା ବେଳେ ଅନ୍ତତଃ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ନ୍ୟସ୍ତ କରିଦିଆଯାଇଛି। ମନ୍ଦିର ନିମନ୍ତେ ଭୂମି ପୂଜନ ପ୍ରଧାନମନ୍ତ୍ରୀ କରିବେ। ଏଣୁ ଜୁଲାଇ ୨୯ ଓ ଅଗଷ୍ଟ ୫ ତାରିଖ ଦୁଇ ଦିନ ପ୍ରଶସ୍ତ ସମୟ ରହିଛି। ଏଥିରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଦିନକୁ ଧାର୍ଯ୍ୟ କରିବେ ସେହି ଦିନ ଭୂମିପୂଜନ ଲାଗି ଟ୍ରଷ୍ଟ ପ୍ରସ୍ତୁତ ହେବ ବୋଲି ଜଣାଇଦେଇଛି।

{"id":302187,"width":576,"height":379,"sizeSlug":"large"}

ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଆସନ୍ତୁ ଓ ଭୂମି ପୂଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତୁ। ଏହା ପରେ ହିଁ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ଆୟୋଜିତ ବୈଠକ ଉଭୟ ଭୌତିକ ଓ ଭର୍ଚୁଆଲ ହୋଇଥିଲା। ୧୫ ଜଣ ଟ୍ରଷ୍ଟିଙ୍କ ମଧ୍ୟରୁ ୧୨ ଜଣ ବ୍ୟକ୍ତିଗତ ଭାବେ ବୈଠକରେ ଯୋଗଦେଇଥିବା ବେଳେ ୩ ଜଣ ଭିଡିଓ କନଫରେନସିଂରେ ଏଥିରେ ଅଂଶଗ୍ରହଣ କରିଥିଲେ।

{"id":302188,"width":576,"height":381,"sizeSlug":"large"}

ବୈଠକରେ ମନ୍ଦିର ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ନିଅଁ ଖୋଳା ଲାଗି ଲାର୍ସନ ଏଣ୍ଡ ଟୁବ୍ରୋ କମ୍ପାନୀ ମାଟି ପରୀକ୍ଷଣ ନିମନ୍ତେ ଏବେ ନମୁନା ସଂଗ୍ରହ କରୁଥିବା କହିଥିଲେ। ମନ୍ଦିରର ନିଅଁ ମାଟିର ଶକ୍ତି ଅନୁରୂପ ନିର୍ମିତ ହେବ ବୋଲି ରାୟ କହିଛନ୍ତି। ସେହିପରି ନିଅଁ ଖୋଳା ସରିବା ପରେ ଡ୍ରଇଂ ଆଧାରରେ ନିଅଁ ଉଠିବ। ତେବେ ଭୂମି ପୂଜନ ଲାଗି ଟ୍ରଷ୍ଟ  ଯେଉଁ ତିଥି ନିର୍ଦ୍ଧାରିତ କରିଛନ୍ତି ତା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ)ଙ୍କ ନିଷ୍ପତ୍ତି ନିର୍ଭର କରୁଛି ବୋଲି ବୈଠକରେ ଯୋଗଦେଇଥିବା ଟ୍ରଷ୍ଟିମାନେ କହିଛନ୍ତି।   ଯେଉଁ ପିଏମଓ ଧାର୍ଯ୍ୟ କରିବେ ସେହି ତାରିଖକୁ ଟ୍ରଷ୍ଟ ନିଜକୁ ପ୍ରସ୍ତୁତ କରିବ ବୋଲି ସେମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.