Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶ୍ରୀମନ୍ଦିର ସିଂହଦ୍ବାରରେ ପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ, ମନଭରି ଉପଭୋଗ କଲେ ଶ୍ରଦ୍ଧାଳୁ

15/12/2019 at 3:18 PM

ପୁରୀ ୧୫।୧: ପୁରୀ ଶ୍ରୀମନ୍ଦିର ସିଂହଦ୍ବାରଠାରେ ଆୟୋଜିତ ହୋଇଛି ପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ । ଗୀତା ପାଠ, ଯୋଗ ପ୍ରାଣାୟମ, ଓଡ଼ିଶୀ ନୃତ୍ୟ ସଂକୀର୍ତ୍ତନରେ କମ୍ପି ଉଠିଲା ସିଂହଦ୍ବାର । ଆଜି ସକାଳୁ ୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ଓ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଶ୍ରୀଜିଉଙ୍କ ମଙ୍ଗଳଆଳତୀ ଦର୍ଶନ ସହ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି ।

ପ୍ରତିଦିନ ଅପେକ୍ଷା ଆଜି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କୁ ଦୀପଦାନ କରାଯାଇଥିଲା। ଏହାପରେ ବରିଷ୍ଠ ଶ୍ରୀମନ୍ଦିର ସଂସ୍କୃତି ପ୍ରଚାରକ ନରେଶ ଚନ୍ଦ୍ର ଦାଶ ଜଗନ୍ନାଥଷ୍ଟମ୍ ପାଠ କରିବା ସହ ଗୀତାର ବିଭିନ୍ନ ଅଧ୍ୟାୟ ପାଠ କରିଥିଲେ ।

ସେହିପରି ଏହି ଅବସରରେ ଯୋଗାସନ ପ୍ରଦର୍ଶିତ ହୋଇଥିବା ବେଳେ ସିଂହଦ୍ବାର ସମ୍ମୁଖରେ ବିଭିନ୍ନ ରଙ୍ଗବେରଙ୍ଗର ମୁରୁଜରେ କଳାକାରମାନେ ସୁନ୍ଦର ଝୋଟି ପ୍ରଦର୍ଶିତ କରିଥିଲେ। ଶ୍ରୀକ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ତଥା ନାରାୟଣ ପାଣ୍ଡେ ଓ ପୁରୀ ଡ୍ୟାନ୍ସ ଏକାଡ଼େମୀର ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲ ।   

   Related Posts