ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରସଙ୍ଗ ; ଜଗନ୍ନାଥ ସେନା ହେଲା ପକ୍ଷଭୁକ୍ତ

Published By : Prameya-News7 Bureau | August 06, 2018 IST

ସୁପ୍ରିମକୋର୍ଟରେ ନୂଆ ମୋଡ ନେଲା ଶ୍ରୀମନ୍ଦିର ମାମଲା | ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ଦ୍ୱାରା ଦାୟର ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ଇଣ୍ଟର କଣ୍ଟିନେଣ୍ଟାଲ ଲୟର ଆସୋସିଏସନ ଓ ଜଗନ୍ନାଥ ସେନା ପକ୍ଷରୁ ଦାୟର ପିଟିସନର ଶୁଣାଣି ଓ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ | ଏହି ୨ ସଂସ୍ଥାକୁ ମୂଳ ମାମଲାର ଇଣ୍ଟରଭେନର ବା ପକ୍ଷଭୁକ୍ତ ହେବା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି | ଆଜି ଶ୍ରୀ ଜଗନ୍ନାଥ ସେନା ତରଫରୁ ପ୍ରିୟଦର୍ଶନ ପଟ୍ଟନାୟକ ଏହି ମାମଲାରେ ପକ୍ଷଭୁକ୍ତ ହେଲେ | ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ରେ ହେବ | ଜଷ୍ଟିସ ଏ.କେ.ସିକ୍ରି, ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଆବେଦନକୁ ଗ୍ରହଣ କରି ମୂଳ ମାମଲା ସହିତ ଶୁଣାଣି ପାଇଁ ତାରିଖରେ ପକ୍ଷଭୁକ୍ତ ହେବାକୁ ଅନୁମତି ଦେଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.